ମନୋଜ ପାତ୍ର ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ମନୋଜ ପାତ୍ର ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବୁଧବାର ଅପରାହ୍ନ ୨ ଘଣ୍ଟା ସମୟରେ ବୌଦ୍ଧ ଥାନା ଜଗଦୀଶପୁର ଛକ ନିକଟରେ ଘଟିଥିବା ମନୋଜ ପାତ୍ର ହତ୍ୟାକାଣ୍ଡ ମାମଲାର ଦୁଇ ଗିରଫ ଅଭିଜୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବୌଦ୍ଧ ପୋଲିସ୍ l ଡକାୟତି ଉଦ୍ଦେଶ୍ୟରେ ଅଭିଯୁକ୍ତ ମାନେ ଯୁବ ବ୍ୟବସାୟୀ ମନୋଜ ପାତ୍ରଙ୍କ ଛାତିରେ ଛୁରା ଭୁଷି ହତ୍ୟା କରିଥିବା ପୋଲିସ୍ ଆଗରେ ସ୍ବୀକାର କରିଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି l ମୋଟ୍ ତିନି ଜଣ ଅଭିଯୁକ୍ତ ମଧ୍ୟରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ୍ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି l ଗିରଫ ହୋଇ ଆଜି କୋର୍ଟ ଚାଲାଣ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ବୌଦ୍ଧ ସହର ବାପୁଜୀ ନଗରର ୧ ୯ ବର୍ଷୀୟ ଆଶିଷ ଲୁହା ଓରଫ କୁହୁଲୁ ଓ ବଘିଆପଡା ସାଲି ବାଙ୍କର ୧ ୮ ବର୍ଷୀୟ ଅଶିନ ଦୀପ ବୋଲି ପୋଲିସ୍ ସୂଚନା ଦେଇଛି l ସେମାନଙ୍କ ନିକଟରୁ ହତ୍ୟାକାଣ୍ଡ ରେ ବ୍ୟବହ୍ରୁତ ଏକ ସ୍କୁଟି, ଏକ ଛୁରା ଓ ଏକ ମୋବାଇଲ ଜବତ ହୋଇଛି | ଆଜି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଅନ୍ୟ ଅଭିଜୁକ୍ତକୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି l

author

Related Articles

Leave a Reply

Your email address will not be published. Required fields are marked *