ମନ୍ତ୍ରୀଙ୍କୁ ମୋହନଙ୍କ ତାଗିଦ୍..

ମନ୍ତ୍ରୀଙ୍କୁ ମୋହନଙ୍କ ତାଗିଦ୍..

ବସିଲା ବୈଠକ ହେଲା ବଡ ନିଷ୍ପତ୍ତି । ମୋହନ ମାଝୀ ନେଲେ ବଡ ପଦକ୍ଷେପ ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ହଁ ଦର୍ଶକବନ୍ଧୁ ବର୍ତ୍ତମାନର ସରକାରରେ 16 ଜଣ ମନ୍ତ୍ରୀ ରହିଛନ୍ତି ଯେବେକି ଗତ ସରକାରରେ 22 ଜଣ ମନ୍ତ୍ରୀ ରହିଥିଲେ । ତେବେ କିଏ ହେବ ନୂଆ ମନ୍ତ୍ରୀ ? କେଉଁ ପୁରୁଖାଙ୍କୁ ଗୁରୁତ୍ୱ ଦେବେ ବିଜେପିର ଶୀର୍ଷ ନେତୃତ୍ୱ ? ତାହାକୁ ନେଇ କଲ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିବା ବେଳେ କୁହାଯାଉଛି କି ବର୍ତ୍ତମାନ ସାତୋଟି ଲୋକସଭାରୁ ମନ୍ତ୍ରୀ ହୋଇନାହାନ୍ତି ସେହି ନିର୍ବାଚନ ମଣ୍ଡଳୀରୁ ବିଧାୟକଙ୍କୁ ଗୁରୁତ୍ୱ ଦିଆଯାଇପାରେ । ସେପଟେ ମନ୍ତ୍ରୀ ଶୂନ୍ୟ ଲୋକସଭା ମଧ୍ୟରୁ କେବଳ କୋରାପୁଟକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ବିଜେପି ଜିତିଛି । ତେବେ ଯଦି ଦେଖିବା ଗୋଟିଏ ଜିଲ୍ଲାରୁ ମଧ୍ୟ ଦୁଇ ଦୁଇ ଜଣ ମନ୍ତ୍ରୀ ରହିଛନ୍ତି । ଆଉ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ସମୟରେ ସେହି ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱରୁ ଅପସାରିତ କରାଯିବା ନେଇ ଉପର ମହଲରୁ ସୂଚନା ଆସିଛି ।
କିଏ ରହିବ ନୂଆ ମନ୍ତ୍ରୀ ମଣ୍ଡଳରେ ଏବଂ କିଏ ବାଦ ପଡିବେ ତାହା ବର୍ତ୍ତମାନ ଏବେ ସମସ୍ତ ବିଧାୟକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବହୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ଠାରୁ ଯେ ବିଜେପିକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିବା ନେତୃତ୍ୱ ମାନେ ଏବେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପାଇଁ ଲବି କରୁଛନ୍ତି । ସେପଟେ ବଢୁଥିବା ଅସନ୍ତୋଷ ଦିଲ୍ଲୀ ଦରବାରରେ ପହଞ୍ଚିବା ପରେ ଚିନ୍ତାରେ ପଡିଯାଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଖାଲି ସେତିକି ନୁହେଁ ସେପଟେ ମନ୍ତ୍ରୀ ମାନଙ୍କୁ ତାଗିଦ କରିବା ଆରମ୍ଭ କଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟକୁ କିଭଳି ଭାବେ ଠିକରେ ଖର୍ଚ୍ଚ କରାଯାଇପାରିବ ସେ ନେଇ କାର୍ଯ୍ୟ କରନ୍ତୁ । ଆଉ ଏପଟେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିବା ନେଇ ମାନସ ମନ୍ଥନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ପରାମର୍ଶ ପରେ ତତ୍ପର ହୋଇଛନ୍ତି ବିଜେପିର ମନ୍ତ୍ରୀମାନେ । କାହିଁକିନା କିଛି ବିବାଦୀୟ ମନ୍ତ୍ରୀଙ୍କୁ ମଧ୍ୟ ବିତାଡିତ କରିବା ଆଲୋଚନା କରାଯାଉଛି । ଯେଉଁ ଭୟରେ ରହିଛନ୍ତି ମନ୍ତ୍ରୀ । ତେବେ ଆଗାମୀ ଦିନରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ କେଉଁମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *