ବିଜେପି ଶାସନରେ କାନ୍ଦୁଛନ୍ତି ଯୁବତୀ ! ମୋହନଙ୍କ ମିଳୁନି ଦେଖା ବାହାରେ କାନ୍ଦୁଛନ୍ତି ଯୁବତୀ .ମନ୍ତ୍ରୀଙ୍କ ଗୋଡ ତଳେ ପଡ଼ିଲେ ତଥାପି କିଛି ଲାଭ ହେଲାନି .ଆପଣ ଏବେ ଯେଉଁ ଉଭଣୀ ଜଣକ ଅଭିଯୋଗ ପ୍ରକୋଷ୍ଠ ବାହାରେ କାନ୍ଦୁଥିବା ଦେଖୁଛନ୍ତି ସେ ହେଉଛି ଗୀତାଞ୍ଜଳୀ ସେଠୀ . ସେ ଭଦ୍ରକରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ . ତାଙ୍କର କହିବା ଅନୁସାରେ ତାଙ୍କ ବାପା ୨୮ବର୍ଷକାଳ ହାଇସ୍କୁଲରେ କାମ କରିଥିଲେ . ପୂର୍ବସରକାର ସମୟରେ ଆମେ ଅଭିଯୋଗ କରିଥିଲେ ମଧ୍ୟ ସେ ସରକାର ସମୟରେ କିଛି ଲାଭ ହୋଇନଥିଲା . ତେଣୁ ଆମେ ପରିବର୍ତନ ଚାହିଁଥିଲୁ .ହେଲେ ଏ ସରକାର ସମୟରେ ୪ଥର ଆସିଲା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନୁ . ଆମକୁ ନ୍ୟାୟ ଦରକାର .ଏହା ର୍ପୂବରୁ ତାଙ୍କ ମା ଧାମନଗର ବିଧାୟକ ତଥା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜଙ୍କ ଗୋଡଧରିକି କାନ୍ଦିଛି ହେଲେ ଆଜି ଯାଏଁ ତାଙ୍କୁ ନ୍ୟାୟ ମିଳୁନି .ତେବେ ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପା ୨୮ ବର୍ଷ ଧରି ଚାକିରୀ କରି ଦରମା ନପାଇବା ଓ ତାଙ୍କ ଚିକିରୀରେ କାଗଜପତ୍ର ହେରଫେର ହୋଇଥିଲା .ବର୍ତମାନ ସୁଧାତାଙ୍କ ଚାକିରୀର ବୈଦ୍ଧତା କରାଯିବା ଓ ବକେୟା ପାଉଣୀ ଦେବା ଓ ମାଙ୍କୁ ପେନସନ ଦେବାକୁ ଦରଖାଣ୍ଡ ଦେଇଥିଲେ .ଆଉ ସେ ନ୍ୟାୟ ଆଶା କରୁଛନ୍ତି .
