ତାମିଲନାଡୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି . ଏହି ସମୟରେ ତାମିଲନାଡୁର ଜଙ୍ଗଲ ମନ୍ତ୍ରୀ କେ ପୋନମୁଡି ଭିଲୁପୁରମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ . କିନ୍ତୁ ମନ୍ତ୍ରୀଙ୍କୁ ଏଠାରେ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥିଲା. ରାଜ୍ୟ ସରକାରଙ୍କ ବିରୋଧରେ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା .
ସୂଚନା ଅନୁଯାୟୀ ଭିଲୁପୁରମ ଜିଲ୍ଲାର ଅରାସୁରରେ ପ୍ରବଳ ବର୍ଷା ହେତୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିଥିଲା . ଏହାକୁ ନେଇ କ୍ରୋଧିତ ଲୋକମାନେ ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ . ଘଟଣା ସମୟରେ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ . ଭିଡିଓରେ ମନ୍ତ୍ରୀଙ୍କ ଧଳା ସାର୍ଟରେ କାଦୁଅ ଛିଟ ପଡ଼ିଥିବା ଦେଖିବାକୁ ମିଳିଛି . ତେବେ ଏହାର ଭିଡ଼ିଓ ତାମିଲନାଡୁର ବିଜେପି ନେତା କେ ଆନ୍ନାମାଲାଇ ତାଙ୍କ ଅଫିସିଆଲ ଆକାଉଣ୍ଟରେ ସେୟାର କରିଥିଲେ .
ସେ କହିଥିଲେ ଯେ ଆଜି ଜନସାଧାରଣଙ୍କ ହତାଶା ଉତ୍କଟ ସ୍ଥିତିରେ ପହଞ୍ଚିଛି . ତେଣୁ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାବେଳେ ସେମାନଙ୍କୁ କାଦୁଅ ଫିଙ୍ଗିବାର ସାମ୍ନା କରିବାକୁ ପଡ଼ିଥିଲା . ପରେ କେ. ଆନ୍ନାମାଲାଇ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ . ସେ ଲବଣ କ୍ଷେତ୍ରର ଶ୍ରମିକମାନଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ . ତେବେ ମାରକ୍କାନମ୍ ହେଉଛି ତାମିଲନାଡୁର ଲବଣ ଚାଷର ଏକ ବୃହତ କ୍ଷେତ୍ର. ଯେଉଁଠାରେ ବନ୍ୟା ଯୋଗୁଁ ପ୍ରାୟ 80% ଲୁଣ ଧୋଇଯାଇଥିଲା.