ମନ୍ମଥଙ୍କ ପାଇଁ ଭୋଟ୍ ଅପିଲ କଲେ ମୁଖ୍ୟମନ୍ତ୍ରୀ

ମନ୍ମଥଙ୍କ ପାଇଁ ଭୋଟ୍ ଅପିଲ କଲେ ମୁଖ୍ୟମନ୍ତ୍ରୀ

୨୦୨୪ ସାଧାରଣ ନିର୍ବାଚନ ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ସରିଯାଇଛି । ଆଉ ଦୁଇଟି ପର୍ଯ୍ୟାୟ ବାକି ଥିବାରୁ ପ୍ରଚାରକୁ ଆହୁରି ରୋଚକ କରୁଛନ୍ତି ରାଜନୈତିକ ଦଳ । ଏହାରି ମଧ୍ୟରେ ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ଭୁବନେଶ୍ୱରରେ ରୋଡ ସୋ କରିଥିଲେ । ନବୀନ ନିବାସରୁ ବାହାରି ଖଣ୍ଡଗିରି ପଯ୍ୟନ୍ତ ବିଶାଳ ଜନସମାବେଶ ସହ ପ୍ରଚାର କରିଥିଲେ । ଆଉ ଏତିକି ବେଳେ ସେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ଅପିଲ୍ କରିଥିଲେ । ସେ କହିଥିଲେ ଯେ, ମନ୍ମଥ ଜଣେ ସଫଳ ପାଇଲଟ୍ ଥିଲେ । ରାଜଧାନୀବାସୀଙ୍କ ସେବା ପାଇଁ ସେ ନିଜ ମାଟିକୁ ଫେରି ଆସିଛନ୍ତି । ଆଉ ଏବେ ରାଜନୀତିକୁ ଆସି ଯୁବପିଢି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟୁଛନ୍ତି । ଏହା ସହ ନାଁ ନନେଇ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଗତ ୫ ବର୍ଷରେ କିଛି ବଡ କାମ କରିନଥିବା କହିଛନ୍ତି । ଏହାସହ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ଭାବେ ଗଢିବାରେ ମନ୍ମଥ ପ୍ରାଣପଣେ ଚେଷ୍ଟା କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *