ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ ର ୧ ୧ ୮ ତମ ଅଧ୍ୟାୟକୁ ସମ୍ବୋଧିତ କରିଛନ୍ତି । ଏହା ହେଉଛି ଚଳିତ ବର୍ଷର ପ୍ରଥମ ଅଧ୍ୟାୟ | ଏହି ଶୋ ସାଧାରଣତଃ ପ୍ରତି ମାସର ଶେଷ ରବିବାରରେ ପ୍ରସାରିତ ହୁଏ, କିନ୍ତୁ ଏଥର ଶେଷ ରବିବାର ଜାନୁଆରୀ ୨ ୬ ରେ ଗଣତନ୍ତ୍ର ଦିବସ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧ ୯ ରେ ଏହି କାର୍ଯ୍ଯ଼କ୍ରମକୁ ସମ୍ବୋଧିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମନ୍ କି ବାତ୍ ର ୧ ୧ ୮ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଏହି ଗଣତନ୍ତ୍ର ଦିବସ ଅତ୍ଯ଼ନ୍ତ ସ୍ୱତନ୍ତ୍ର। ଚଳିତ ବର୍ଷ ଭାରତର ସମ୍ବିଧାନ ଗୃହୀତ ହେବାର ୭ ୫ ବର୍ଷ ପୂରଣ ହୋଇଛି। ମୁଁ ସମ୍ବିଧାନ ସଭାର ସମସ୍ତ ମହାନ ବ୍ଯ଼କ୍ତିଙ୍କୁ ପ୍ରଣାମ କରୁଛି | ଯେଉଁମାନେ ଆମକୁ ଆମର ପବିତ୍ର ସମ୍ବିଧାନ ପ୍ରଦାନ କରିଛନ୍ତି।
ମନ୍ କି ବାତ୍ ର ୧ ୧ ୮ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ନିର୍ବାଚନ ଆୟୋଗଙ୍କୁ ମଧ୍ଯ଼ ଧନ୍ଯ଼ବାଦ ଦେବାକୁ ଚାହେଁ ଯିଏ ଆମର ମତଦାନ ପ୍ରକ୍ରିୟାକୁ ଆଧୁନିକ କରଣ ଏବଂ ମଜବୁତ କରିଛନ୍ତି। ଲୋକମାନଙ୍କ ଶକ୍ତିକୁ ସୁଦୃଢ଼ କରିବା ପାଇଁ ଆୟୋଗ ପ୍ରଯୁକ୍ତିର ଶକ୍ତିକୁ ଉପଯୋଗ କରିଛନ୍ତି। ନିରପେକ୍ଷ ନିର୍ବାଚନ ପାଇଁ ପ୍ରତିସୃତି ବଦ୍ଧ ହୋଇଥିବାରୁ ମୁଁ ନିର୍ବାଚନ କମିଶନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଅଧିକ ସଂଖ୍ଯ଼ାରେ ମତଦାନ କରନ୍ତୁ ଏବଂ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ରେ ଅଂଶଗ୍ରହଣ କରନ୍ତୁ ଏବଂ ଏହାକୁ ସୁଦୃଢ଼ କରନ୍ତୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, “ଆପଣ ନିଶ୍ଚୟ ଦେଖିଥିବେ ଯେ ଯୁବକମାନେ କୁମ୍ଭ ମେଳାରେ ବ୍ଯ଼ାପକ ଭାବରେ ଅଂଶଗ୍ରହଣ କରୁଛନ୍ତି। ଏହା ସତ୍ଯ଼ ଯେ ଯେତେବେଳେ ଯୁବପିଢ଼ି ନିଜର ସଭ୍ଯ଼ତା ସହିତ ଯୋଡ଼ି ହୁଅନ୍ତି, ସେତେବେଳେ ଏହାର ମୂଳଦୁଆ ସୁଦୃଢ଼ ହୋଇଥାଏ ଏବଂ ଏହାର ସୁବର୍ଣ୍ଣ ଭବିଷ୍ଯ଼ତ ସୁନିଶ୍ଚିତ ହୋଇଥାଏ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ “ଆଇଆଇଟି ମାଡ୍ରାସର ଏକ୍ସଟେମ୍ ସେଣ୍ଟର ମହାକାଶରେ ଉତ୍ପାଦନ ପାଇଁ ନୂତନ ପ୍ରଯୁକ୍ତିବିଦ୍ଯ଼ା ଉପରେ କାର୍ଯ୍ଯ଼ କରୁଛି। ଏହି କେନ୍ଦ୍ର ମହାକାଶରେ ୩ ଡି ପ୍ରିଣ୍ଟେଡ ବିଲ୍ଡିଂ, ଧାତବ ଫୋମ ଏବଂ ଅପ୍ଟିକାଲ ଫାଇବର ଭଳି ଟେକ୍ନୋଲୋଜି ଉପରେ ଗବେଷଣା କରୁଛି ଏବଂ ବିନା ପାଣିରେ କଂକ୍ରିଟ୍ ତିଆରି କରିବା ଭଳି ବୈପ୍ଳବିକ ପଦ୍ଧତି ବିକଶିତ କରୁଛି।