ବର୍ତ୍ତମାନ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ପଶ୍ଚିମବଙ୍ଗ । ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଗଡରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର କୃଷ୍ଣ ନଗରରେ ଏକ ରାଲିକୁ ସମ୍ବୋଧିତ କରି ସେ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରି ଟିଏମସି ଉପରେ ବର୍ଷିଛନ୍ତି । ରାଲିକୁ ସମ୍ବୋଧିତ କରି ଟିଏମ୍ସି ଅର୍ଥ ଲୋକଙ୍କୁ ବୁଝାଇଛନ୍ତି ମୋଦି। ସେ କହିଛନ୍ତି, ‘ଟିଏମ୍ସିର ଅନ୍ୟ ନାଁ ହେଉଛି ଅତ୍ୟାଚାର। ଟିଏମ୍ସି ଅର୍ଥ ‘ତୁ, ମେ ଓ କରପ୍ସନ୍’। ମମତା ବାନାର୍ଜୀ ସରକାର ପଶ୍ଚିମବଙ୍ଗର ନାଁକୁ ଖରାପ କରିଦେଇଛି। ଚାରିଆଡେ ଏଠି ଯୋଜନା ନାଁରେ ଦୁର୍ନୀତି ଦେଖିବାକୁ ମିଳୁଛୁ। ଆମ ଯୋଜନାରେ ତାଙ୍କ ଷ୍ଟିକର୍ ଲଗାଇ ଲୋକଙ୍କୁ ସେ ଭୂଆଁ ବୁଲାଉଛନ୍ତି। ସେ ଗରିବଙ୍କ ଅଧିକାର ଛଡାଇ ତାଙ୍କୁ ଲୁଟୁଛନ୍ତି। ମମତା ବାନାର୍ଜୀଙ୍କ ଟିଏମସି ଲୋକଙ୍କୁ ଗରିବ ରଖିବାକୁ ଚାହୁଁଛି। ମା’, ମାଟି ଆଉ ମଣିଷ ସମସ୍ତେ ଟିଏମ୍ସିର କୁଶାସନ ଯୋଗୁ ଆଜି ଏଠି କାନ୍ଦୁଛନ୍ତି।’

You can share this post!
author