ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ନିକଟସ୍ଥ କେନ୍ଦୁଘାଟିରେ ଘଟିଛି ମର୍ମନ୍ତୁତ ସିରିଜ ଦୁର୍ଘଟଣା l ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ୍ ଅପ୍ ଭ୍ୟାନକୁ ଧକ୍କା ଦେଇ ଜାତୀୟ ରାଜପଥ ବାମ ପାର୍ଶ୍ଵର ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀ ବାହୀ ବସ l ଯାହାଫଳରେ ଉଭୟ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୧୪ ଜଣ ଯାତ୍ରୀ ଗୁରୁତର ଥିବାବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି l ସମସ୍ତ ଆହତ ମାଲକାନଗିରି ଅଂଚଳର l ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ବେଳେ ରାତି ପ୍ରାୟ ସାଢେ ଗୋଟାଏ ବେଳେ ରାମଗଡ଼ ନିକଟ କେନ୍ଦୁଘାଟିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ପଶିଯାଇଥିଲା। ତେବେ ରାସ୍ତା କଡ଼ରେ ବସଟି ଥିବାବେଳେ ଆଗରେ ଏକ ପିକ ଅପ ଭ୍ୟାନ ଥିଲା l ଏହି ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ମହାକlଳ ନାମକ ଏକ ଭଲ୍ ବୋ ଯାତ୍ରୀବାହି ବସ୍ ଦୃତ ଗତିରେ ଆସି ପ୍ରଥମେ ଜଗନ୍ନାଥ ଏକ୍ସପ୍ରେସ୍ ବସକୁ ପଛ ପାର୍ଶ୍ୱରୁ ଧକ୍କା ଦେଇ ଆଗରେ ରହିଥିବା ବୋଲେରୋ ପିକ୍ ଅପ୍ କୁ ପଛପଟୁ ଧକ୍କା ଦେଇ ଜାତୀୟ ରାଜପଥ ପାର୍ଶ୍ଵର ୨୦ ଫୁଟ ତଳକୁ ଖସି ଓଲଟି ପଡିଛି l ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ରଖିଛି l
