ଜାହ୍ନବୀ କପୁର ନିଜର ସୋସିଆଲ ମିଡିଆରେ ହଲିଉଡ଼ ଫିଲ୍ମି ‘ଦି ଲିଟିଲ ମର୍ମେଡ଼’ର ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଭିଡ଼ିଓଟି ବେଶ ଇନ୍ଟରେଷ୍ଟିଙ୍ଗ ହୋଇଛି | ଭିଡିଓରେ ଜାହ୍ନବୀ ଛୋଟ ପିଲାଙ୍କୁ କାହାଣୀ ଶୁଣାଉଥିବା ସମୟରେ ହଠାତ ମର୍ମେଡ଼ରେ ପରିଣତ ହୋଇଯାଇଛନ୍ତି | ଜାହ୍ନବୀ ସେମାନଙ୍କୁ ‘ମଛଲୀ ଜଲ କି ରାନୀ’ କାହାଣୀ ଶୁଣାଉଥିବା ବେଳେ ଏଭଳି ପରିବର୍ତ୍ତିତ ହୋଉଛନ୍ତି | ସେ ଯାଦୁ ବ୍ୟବହାର କରି ନିଜକୁ ରାଜକୁମାରୀ ଏରିୟଲଙ୍କ ରୂପରେ ପରିବର୍ତ୍ତନ କରିଦେଉଛନ୍ତି | ଏହି ଲୁକରେ ଜାହ୍ନବୀ ଖୁବ ସୁନ୍ଦର ଦେଖାଯାଉଛନ୍ତି | ଆଗକୁ ୨୬ ତାରିଖରେ ଏହି ଫିଲ୍ମି ପରଦାକୁ ଆସିବାକୁ ଅଛି | ଏହାର ନିର୍ଦ୍ଦେଶନା ରବ ମାର୍ଶଲ ଦେଇଛନ୍ତି | ଲିଟିଲ ମର୍ମେଡ଼ ସିନେମାରେ ଅନେକ ପରିଚିତ ହଲିଉଡ଼ କଳାକାର ନଜର ଆସିବେ | ଏହାକୁ ଡ଼ିଜିନ ସ୍ଟୁଡ଼ିଓ ପକ୍ଷରୁ ରିଲିଜ କରାଯିବ | ତେବେ ଜାହ୍ନବୀଙ୍କର ଏହି ଲୁକରେ ଦର୍ଶକ ତାଙ୍କୁ ବେଶ ପସନ୍ଦ କରୁଛନ୍ତି | ଜାହ୍ନବୀଙ୍କୁ ମଧ୍ୟ ଏଭଳି ଏକ ଫିଲ୍ମିରେ ଦେଖିବାକୁ ତାଙ୍କ ଫ୍ୟାନମାନେ ଇଛା ପ୍ରକାଶ କଳରିଛନ୍ତି |

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025