ପୁଣି ଖାଉଟିଙ୍କୁ ଲାଗିଲା ଶକ୍ତ ଝଟକା । ରୋଷେଇ ଘରେ ବାଜିଲା ମହାଙ୍ଗା ମାଡ । କିନ୍ତୁ ଏଥର ପରିପରିବା ନୁହେଁ ବରଂ ଖାଇବା ତେଲ ରେଟ ବଢିଥିବା ସୂଚନା ମିଳିଛି । ଲିଟର ପିଛା ୨୦ ଟଙ୍କା ବଢିଛି । କେନ୍ଦ୍ର ସରକାର ପାମୋଲିନ, ସୂଯ୍ୟମୂଖୀ, ଓ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁଳ୍କ ବଢାଇଛନ୍ତିା ଆଉ ଏହି ଆମଦାନୀ ଶୁଳ୍କର ପ୍ରଭାବ ସିଧାସଳଖ ସାଧାରଣ ଖାଉଟିଙ୍କ ଉପରେ ପଡିଛି । ଫଳରେ ଖୁଚୁରା ବଜାରରେ ବିଭିନ୍ନ ପ୍ରକାରର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି । ଦିନକ ତଳେ ସୋରିଷ ତେଲ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି । ଏହା ସହ ସନଫ୍ଲାୱାର ତେଲ ପୂବରୁ ଲିଟର ପିଛା ୧୦୦ ଏବଂ ୧୧୦ ରେ ବିକ୍ରି ହେଉଥିବା ବେଳେ ଏବେ ଏହା ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ରେ ବିକ୍ରି ହେଉଛି । ଯାହାକୁ ନେଇ ଖାଉଟିଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

You can share this post!
author