ମହିଳାଙ୍କୁ ମିଳିବ ୨୧୦୦୦ ଟଙ୍କା !

ମହିଳାଙ୍କୁ ମିଳିବ ୨୧୦୦୦ ଟଙ୍କା !

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଜୋରଦାର କ୍ୟାମ୍ପେନ ସହ ମଇଦାନକୁ ଓହ୍ଲାଇଲେଣି ସମସ୍ତ ଦଳ । ଆଉ ଏହାରି ଭିତରେ ଦିଲ୍ଲୀରେ ସରକାର ଗଢିବା ପାଇଁ ଲୋଭନୀୟ ପ୍ରତିଶୃତିମାନ ଆଣିଛି ଭାରତୀୟ ଜନତା ପାର୍ଟୀ । ଖାସ କରି ମହିଳାଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଜେପି ଯେଉଁ ଘୋଷଣା କରିଛି ତାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଦିଲ୍ଲୀରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ସହ ଗ୍ୟାସ ସିଲିଣ୍ଡରରେ ବଡ ସବସିଡି ମିଳିବା ନେଇ ବିଜେପି ପ୍ରତିଶୃତି ଦେଇଛି । ଏହା ସହ ହୋଲି ଏବଂ ଦୀପାବଳୀରେ ଗୋଟିଏ ଲେଖାଏଁ ସିଲିଣ୍ଡର ମାଗଣା ଯୋଗାଇ ଦିଆଯିବା ନେଇ ସୂଚନା ରହିଛି । ଏପରିକି ଗର୍ଭବତୀ ମହିଳାଙ୍କୁ ୨୧୦୦ ହଜାର ଟଙ୍କା ସହ ୬ଟି କିଟ୍ ମିଳିବା ନେଇ ଘୋଷଣା ହୋଇଛି । ଆଉ ଏସବୁ ଘୋଷଣା ପରେ ଦିଲ୍ଲୀରେ ଏଥର ବିଜେପି ସରକାର ଗଢିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *