ଏପଟେ ଚାଲିଛି ବିଧାନସଭା ସେପଟେ ମହିଳାଙ୍କ ଗର୍ଜନରେ ଉଠୁଛି ପଡୁଛି ରାଜଧାନୀ । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ହଜାର ହଜାର ମହିଳା । ଅଲ ଓଡିଶା ଜିପିଏଲ ଏଫ ମିଶନ ଶକ୍ତି ସାମୁଖ୍ୟ ପକ୍ଷରୁ ଗାନ୍ଧୀମାର୍ଗରେ ମହିଳାମାନଙ୍କ ଆନ୍ଦୋଳନ ଜୋରଦାର ରହିଛି । ଗତ ୯ ମାସ ଧରି କାମ କରିବା ସତ୍ୱେ ଏମାନଙ୍କୁ ନିଜର ପାରିଶ୍ରମିକ ମିଳିନି । ଯେଉଁ କାରଣରୁ ଏମାନେ ଦରମା ଦାବି ନେଇ ବିଧାନସଭା ଚାଲିଥିବା ବେଳେ ଗାନ୍ଧୀମାର୍ଗରେ ବିଶାଳ ଗଣଧାରଣା ଜାରି ରଖିଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି ଶୁଣୁନାହାନ୍ତି । ସେଥିପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ନିଷ୍ପତ୍ତି ନେଇଛି । ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି ସଂଘ । ଯଦି ଏହି ଦାବିର ତୁରନ୍ତ ସମାଧାନ ନହେବ, ତେବେ ଆଗାମୀ ଦିନରେ ଓଡିଶାରେ ଥିବା ୬୦ ହଜାର କର୍ମା ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ ।

You can share this post!
author