କେନ୍ଦୁଝର ଜିଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ। ମଙ୍ଗଳବାର ରାତିରୁ କେହି ଦୁର୍ବୁତ୍ତ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ। ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ବାମୀ ମୟୂରନଚା ଗ୍ରାମରେ ରହୁଥିଲେ। ବୁଧବାର ଗାଁ ଲୋକ ଯାଇଥିବାବେଳେ ଘରେ କେହି ଲୋକ ନଥିଲେ। ଗ୍ରାମରକ୍ଷୀଙ୍କ ନାମଧରି ଡାକିଥିଲେ ବି କେହି ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ। ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହିତ କୂଅରେ ରମ୍ଭାମଣୀଙ୍କ ମୃତ ଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଖବରପାଇ ସୋ ସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟିଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ନିରଞ୍ଜନ ଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୁଲିସ ଶବ କୁ ଉଦ୍ଧାର କରିବା ସହ ଶବକୁ ବ୍ୟବଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପଠାଇଥିବା ସହିତ ଅପରାଧୀକୁ ଧରିବାପାଇଁ ପୋଲିସ ପକ୍ଷରୁ ଅଧିକ ଛାନବୀନ ଚାଲିଚି । ବର୍ତମାନ ପଯ୍ୟନ୍ତ ହତ୍ୟା କି ଅନ୍ୟ କିଛି କାରଣ ଅସ୍ପଷ୍ଟ ଅଛି।

You can share this post!
author
Related Articles
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ କାର
- November 25, 2024
ଗିରଫ ହେଲେ ଅଷ୍ଟମ ଫେଲ ଗୁପ୍ତରୋଗୀ ନକଲି ଡାକ୍ତର
- November 15, 2024