ଗଜପତି ଜିଲ୍ଲା ମୋହନା ବ୍ଳକ ହାଇସ୍କୁଲ ଛକଠାରେ ଦୀର୍ଘ ୧୧ ବର୍ଷ ଧରି ପାଳନ ହୋଇ ଆସୁଛି ମାଁ ଗଜଲକ୍ଷ୍ମୀଙ୍କ ପୂଜା । ଏହି ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ଓ ମା’ଙ୍କର ଆଶୀର୍ବାଦ ନେବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଲୋକ ରୁଣ୍ଢହୁଅନ୍ତି । ଏହି ପରିପେକ୍ଷୀରେ ଏବର୍ଷ ମଧ୍ୟ ମାଁଙ୍କ ପୂଜା ଅତି ଜାକଯକମରେ ପାଳନ କରିବା ପାଇଁ ଶ୍ରୀ ଗଣେଶ ବଣିକ ସଂଘର କର୍ମକର୍ତ୍ତାମାନେ ଅଣ୍ଟା ଭିଡ଼ିଛନ୍ତି। ଆଜି ପୂର୍ବାହ୍ନ ସମୟରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମୋହନା ହାଇସ୍କୁଲ ଛକ ଠାରେ ଶ୍ରୀ ଗଣେଶ ବଣିକ ସଂଘର କମିଟି ବୃନ୍ଦ ଓ ସଦସ୍ୟମାନଙ୍କ ଉପସ୍ଥିତିରେ ଏବଂ ସାହି ବାସିନ୍ଦାଙ୍କ ସହଯୋଗରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ମାଁଙ୍କ ପୂଜା ପାଇଁ ବରିଷ୍ଠ ପୁରୋହିତ ଶିବ ଶଙ୍କର ପଣ୍ଡା ଯଥାରୀତି ଅନୁସାରେ ମାଁଙ୍କ ପୂଜା ଅର୍ଚ୍ଚନା କରିଥିବା ବେଳେ ପୂଜାରେ କର୍ତ୍ତା ଭାବେ ବୃନ୍ଦାବନ ସାମନ୍ତରା ଯୋଗ ଦେଇଥିଲେ। ବଣିକ ସଂଘ ସଭାପତି ଟୁକୁନା ସ୍ୱାଇଁ , ଉପ -ସଭାପତି ବାବୁଲା ଚୌଧୁରୀ, ସହ ସମ୍ପାଦକ କୁନା ବିଷୋୟୀ, ରାଜା ପୃଷ୍ଟି, ଇ.ଦିଲିପ କୁମାର, ରଶ୍ମିରଞ୍ଜନ ନାୟକ, ରଘୁନାଥ ସୁଆର, ସୁନିଲ କୁମାର ସାହୁ, ପବିତ୍ର ରଣା, ବାବୁଲା ସାହୁ, ମନୋରଞ୍ଜନ ପଣ୍ଡା, କିଶୋର ପଣ୍ଡା, ଆଲୋକ କିଶୋର ନାୟକ, ସୁନିଲ ସାହୁ, ପ୍ରମୁଖ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
