ଶ୍ରୀ ଗଣେଶ ଚତୁର୍ଥୀ ପୂଜା ଅବସରରେ ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ବିରିକୋଟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜନ ହୋଇଯାଇଛି। ବିରିକୋଟ ଗ୍ରାମପଞ୍ଚାୟତର ସମିତିସଭ୍ୟ ଶ୍ରୀ ନିନେବି ଗମାଙ୍ଗ, ନାୟବ ସରପଞ୍ଚ ଶ୍ରୀ ପଉଲ୍ ଦଳବେହେରା, ୱାର୍ଡ ସଭ୍ଯଗଣ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ମୋହନା ବ୍ଲକକୁ ସମ୍ପୂର୍ଣ ଅନ୍ଧତ୍ୱ ଦୂର କରିବା ପାଇଁ ସଂକଳ୍ପ ନେଇଥିବା ସ୍ବେଛାସେବୀ ଅନୁଷ୍ଠାନକୁ ପ୍ରଶଂସା କରାଯାଇଥିଲା।ଏହି ଶିବିରରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କ ଭାବେ କରାଯାଇଥିଲା। ଶିବିରରେ ମୋଟ ୧୧୨ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୨୨ ଜଣଙ୍କୁ ଚଷମା ଦିଆଯାଇଥିଲା।ଏହା ସହ ୩୫ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣା ଡାକ୍ତରଖାନାରେ କରାଯିବ ବୋଲି ଜଣାପଡିଛି। ଅନ୍ୟ ପରଳ ରୋଗୀ ମାନେ ଆଗାମୀ ଦିନରେ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ମାଗଣାରେ ଚିକିତ୍ସିତ ହେବେ ବୋଲି କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ କହିଛନ୍ତି। ଏହି ଶିବିରକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ l

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025