ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଚାଷୀ ସମସ୍ତ କାମକୁ ପଛରେ ପକାଇ ବର୍ଷକର ଅମଳ ଶସ୍ୟ ଧାନ କଟା ପାଇଁ ବିଲରେ ଲାଗି ପଡ଼ିଛି ! ମୁଣ୍ଡ ଝାଳ ତୁଣ୍ଡରେ ଦେଈ ବିଲରେ କାମ କରି କରି ନୟାନ୍ତ ହୋଇପଡୁଛି ଏପରି ପରିପେକ୍ଷୀରେ ଚାଷି ମାନଙ୍କ କାର୍ଯ୍ୟକୁ ଦୃଷ୍ଟି ଆଗରେ ରଖି ସେମାନଙ୍କ ପରିଶ୍ରମକୁ ଉପଶମ କରିବା ପାଇଁ ବେଗୁନିଆପଡାରେ ଥିବା ପଲ୍ଲୀ କ୍ଲିନିକ ଓ ରିଭାଇଭ ଫିଜିଓ କେରର ମିଳିତ ଉଦ୍ୟମରେ ଶୁକ୍ରବାର ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ଶିବିରରେ ଆସିଥିବା ସମସ୍ତ ରୋଗୀଙ୍କ ମାଗଣାରେ ୟୁରିକ ଏସିଡ.ଓ ରକ୍ତ ସର୍କରା ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ବାତ ରୋଗ ସହ ଆଣ୍ଠୁ. ଗଣ୍ଠି ଓ ଅଣ୍ଟା ବ୍ୟଥା ର ଉପଶମ ନିମନ୍ତେ ନିଡ଼ିଲ ଥେରାପି. କପିଙ୍ଗ ଥେରାପି ଓ ଫିଜିଓ ଥେରାପି ଚିକିତ୍ସା କରାଯାଇଥିଲା !ଏହି ଶିବିରକୁ ବେଗୁନିଆପଡା ଆଖ ପାଖ ଅଂଚଳରୁ ପ୍ରାୟ ଏକ ସହ ରୁ ଉର୍ଦ୍ଧ ରୋଗୀ ଆସି ରକ୍ତ ପରୀକ୍ଷା କରିବା ସହ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଚିକତ୍ସାର ସୁଯୋଗ ନେଇଥିଲେ ! ଉକ୍ତ ମାଗଣା ସ୍ୱାସ୍ଥ୍ୟ ଶିବିର କୁ ପଲ୍ଲୀ କ୍ଲିନିକ ଡାକ୍ତର ଅଜିତ କୁମାର ପଟନାୟକ ଓ ରିଭାଇଭ ଫିଜିଓ କେର ଡାକ୍ତର ଓମଶ୍ରୀ ପଟନାୟକ ପରିଚାଳନା କରିଥିଲେ !

author

Related Articles

Leave a Reply

Your email address will not be published. Required fields are marked *