ମାଘରେ କଲବଲ କରାଉଛି ଖରା

ମାଘରେ କଲବଲ କରାଉଛି ଖରା

ରାଜ୍ୟରେ ଅସହ୍ୟ ଶୀତ ପରେ ଏବେ କଲବଲ କରାଉଛି ଅସହ୍ୟ ଗରମ । ଶୀତ କମିଲା ଆରମ୍ଭ ହେଲା ଗୁଳୁଗୁଳି ସାଙ୍ଗକୁ ଗରମ । ମାଘ ମାସରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଲାଣି । ଗତକାଲି ଟିଟିଲାଗଡରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ବାଲେଶ୍ୱର,ପାରାଦୀପ,ଗୋପାଳପୁର,ପୁରୀ,କୋରାପୁଟ,ଦାରିଙ୍ଗବାଡିକୁ ଛାଡି ରାଜ୍‌ୟର ପ୍ରାୟ ସ୍ଥାନରେ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା । ସୂଚନା ଅନୁଯାୟୀ ପ୍ରଶାନ୍ତ ମହାସାଗରରେ ଏଲନିନୋ ସକ୍ରିୟ ରହିଥିବାରୁ ଏବେଠୁ ଗରମ ଅନୁଭୂତ ହେଉଛି । ଯାହା ଫଳରେ ରାଜ୍ୟରେ ଆଗକୁ ପ୍ରବଳ ଖରା ଅନୁଭୁତ ହୋଇପାରେ । ଫେବୃୟାରୀ ମାସରେ ଏଭଳି ଖରା ଗରମ ଅନୁଭୁତ ହେବା ସାଧାରଣ ଲୋକଙ୍କ ଜନଜୀବନକୁ କଷ୍ଟରେ ପକାଇଛି ।

author

Related Articles

Leave a Reply

Your email address will not be published. Required fields are marked *