ମାଛର ଦାମ ୨୫ ଲକ୍ଷ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ପାରାଦ୍ୱୀପ ସମୁଦ୍ରରୁ ଧରା ହୋଇଥିବା ବିରଳ ମାଛ ଲକ୍ଷାଧିକ ଟଙ୍କାରେ ନିଲାମ ହୋଇଛି । ସମଦ୍ରରୁ ଧରା ହୋଇଥିବା ୧୭ଟି ମାଛ ୨୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏହି ବିରଳ ମାଛ ତେଲିଆ ମାଛ ବୋଲି ଜଣାପଡିଥିବା ବେଳେ ଏହାର ଓଜନ ୩ କୁଇଁଣ୍ଟାଲରୁ ଅଧିକ ରହିଛି । ପାରାଦ୍ୱୀପର ଜଣେ ବ୍ୟବସାୟୀ ଏହି ମାଛର ନିଲାମ ନେଇଥିବା ବେଳେ ଏହାକୁ ଦୀଘା ମାର୍କେଟରେ ବିକ୍ରି କରିବେ ବୋଲି ଜଣାପଡିଛି ।

You can share this post!
author