ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା । ମାତୃଭାଷାରେ ପ୍ରଥମ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ସୁପରିଚାଳନା ପାଇଁ ବିଶେଷ ବ୍ୟବସ୍ଥା କରିଛି ଶିକ୍ଷା ବୋର୍ଡ । ଆଜିଠୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ରାଜ୍ୟର ୨ ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ପରୀକ୍ଷାର୍ଥୀ । କପି ରୋକିବାକୁ ୪୨ଟି ବୋର୍ଡ ସ୍କ୍ୱାର୍ଡ, ୭୨ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ ହୋଇଛି । ବଡ଼ କଥା ହେଉଛି ପରୀକ୍ଷାକୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ୟାମେରା ଦ୍ୱାରା ନଜର ରଖାଯାଉଛି । ସମ୍ବେଦଶନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ବ୍ୟାବସ୍ଥା କରାଯିବା ସହ ସମସ୍ତ ନୋଡାଲ ସେଣ୍ଟରରେ ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *