ମାଡ଼ ମାରି ଇପ୍ସିତାଙ୍କ ଚଷମା ଗଳାଇଦେଲେ ମହିଳା !

ମାଡ଼ ମାରି ଇପ୍ସିତାଙ୍କ ଚଷମା ଗଳାଇଦେଲେ ମହିଳା !

ଶଙ୍ଖଭବନରେ ମାଡ଼ ଗୋଳ ଲାଗିଲେ ଦୁଇ ମହିଳା କର୍ମୀ . ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି . ଯାହାକୁ ଦେଖିବା ପରେ ଲୋକେ କହୁଛନ୍ତି ନିଜକୁ ଗୋଟେ ଶୃଙ୍ଖଳିତ ଦଳ ଭାବେ ବିଜେଡ଼ି ଉପସ୍ଥାପ କରୁଥିବା ବେଳେ .ଆଉ କେଉଁଠି ନୁହେଁ ଶଙ୍ଖ ଭବନରେ ଦୁଇ ମହିଳା କର୍ମୀ ମାଡ଼ ଗୋଳ ଲାଗିଯାଉଛନ୍ତି .

ତେବେ ନିକଟରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଉପଲକ୍ଷେ ଶଙ୍ଖ ଭବନରେ ଜମିଥିଲା ଦଳୀୟ କର୍ମୀ ନେତାଙ୍କ ଭିଡ଼ . ଏହି ସମୟରେ ଦାଣ୍ଡରେ ପଡ଼ି ହାଟରେ ଗଡିଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ .ବିଜେଡ଼ି ମୁଖ୍ୟାଳୟରେ ଖୋଦ ଶଙ୍ଖ ଭବନ ଭିତରେ ହାତାହାତି ତା ପୁଣି ଦୁଇ ମହିଳା କର୍ମୀ.ବିଜେଡ଼ି ଯୁବନେତ୍ରୀ ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାଡ଼ ଭିଡ଼ିଓ ଭାଇରାଲ ହେଉଛି ତାହାତ ଆପଣ ଦେଖିଥିବେ .ନିଜ ଦଳର ଅଫିସ ଭିତରେ ନିଜ ଦଳର ଜଣେ ମହିଳା କର୍ମୀ ତାଙ୍କୁ ଚାପୁଡ଼ା ମାରିଛନ୍ତି .

ଏହାକୁ ଦେଖିବା ପରେ ସମସ୍ତେ କହୁଛନ୍ତି ଦଳର ସୁପ୍ରିମୋଙ୍କ ଉପସ୍ଥିତିରେ ଏମିତି କେମିତି ହେଲା , ତେବେ ନବୀନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିନାହିଁ . ବିଜେଡ଼ିର ପ୍ରତିଷ୍ଠା ଦିବସ କର୍ଯ୍ୟକ୍ରମ ବେଳେ ଷ୍ଟେଜ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଗଣ୍ଡଗୋଳ ହୋଇଛି .କୁହାଯାଉଛି କି ଇପ୍ସିତା ଷ୍ଟେଜ ସମ୍ମୁଖରେ କିଛି ଚେୟାର ପକାଉଥିଲେ .ଏହାକୁ ନେଇ କିଛି ମହିଳା କର୍ମୀ ଆପତି କରିଥିଲେ .ପରିସ୍ଥିତି ଏମିତି ହୋଇଥିଲା କି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପରେ ଚାପୁଡ଼ା ଯାଏଁ କଥା ପହଂଚିଥିଲା .ତେବେ ଘଟଣାକୁ ନେଇ ଇପ୍ସିତା କିମ୍ବା ମହିଳା କର୍ମୀଙ୍କ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି . ତେବେ ଏହାର୍ପୂବରୁ ବି ଶଙ୍ଖ ଭବନ ଭିତରେ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଥିଲା .

author

Related Articles

Leave a Reply

Your email address will not be published. Required fields are marked *