ମାନିଲେ ଅରୁଣ ସାହୁ 5t ପାଇଁ ହାରିଛି ବିଜେଡି! ବିଜେପିକୁ ଦେଲେ ଚେତାବନୀ ଆମେ 5t ରେ ମରିଛୁ ତୁମେ ଓଡ଼ିଆ ଅସ୍ମିତାରେ ମରିବା .ରାଜ୍ୟରେ ଚବିଶି ବର୍ଷର ବିଜେଡି ସରକାରର ଅନ୍ତ ଘଟିଛି ଏବଂ ବିଜେପି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିଛି .ହେଲ ବିଜେଡି କଣ ପାଇଁ ହାରିଲା ଏହାର ତର୍ଜମା ଏପର୍ଯ୍ୟନ୍ତ ଚାଲିଛି . ଏହି ସମୟରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଏକ ମନ୍ତବ୍ୟ ରାଜନୀତି ମହଲରେ ଚାଞ୍ଚଲ୍ୟ ଖେଳେଇଦେଇଛି .ଏକ ଘରୋଇ ଟିଭି ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଅରୁଣ .ଏହି ସମୟରେ ଜଣେ ବରିଷ୍ଠ ସାମ୍ବାଦିକ ତାଙ୍କୁ ବିଜେଡିର ପରାଜୟ ପଛରେ 5tଏକ କାରଣ କି ବୋଲି ପ୍ରଶ୍ନ କରିଥିଲେ .ଏହାର ଉତ୍ତର ଦେଇ ଅରୁଣ କହିଥିଲେ “ଆମେ5tରେ ମରିଛୁ .ଏମାନେ ଓଡ଼ିଆ ଅସ୍ମିତାରେ ମରିବେ ” ଅରୁଣ ପ୍ରଶ୍ନ କରିଥିଲେ ଯେ 5tକଣ ଖରାପ କନସେପ୍ଟ ଥିଲା .ହେଲେ ଯେଉଁମାନେ 5tକୁ ଇମ୍ପ୍ଲିମେଣ୍ଟ କରିଥିଲେ ସେମାନେ ଠିକସେ କରିପାରିନଥିଲେ .ଯାହାକୁ ନେଇ ନ୍ୟାରେଟିଭ ତିଆରି କରି ସଫଳ ହେଇଥିଲା ବିଜେପି .ଏମାନେ ସେମିତି ଓଡ଼ିଆ ଅସ୍ମିତାକୁ ନେଇ ସରକାରକୁ ଆସିଥିଲେ .ଆମେ ଏମାନଙ୍କୁ ପଚାରିବୁ କୋଟିଆରେ ଓଡ଼ିଆ ଅସ୍ମିତା କୁଆଡେ ଗଲା , ପୋଲଭରମ ପ୍ରକଳ୍ପରେ ଓଡ଼ିଆ ଅସ୍ମିତା କୁଆଡେ ଗଲା .ସହଦେଵ ହତ୍ୟାକାଣ୍ଡ ଘଟଣା ହେଉ କି ଭରତପୁର କେଶ ହେଉ .କୁଆଡେ ଗଲା ଓଡ଼ିଆ ଅସ୍ମିତା.ଆଉ ଏହି ଓଡ଼ିଆ ଅସ୍ମିତାରେ ହିଁ ଏମାନେ ମରିବେ .ଏହାର ଜବାବ ଦେଇ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ମା ମାଟିର ଅସ୍ମିତା ପାଇଁ ଯଦି ଆମକୁ ମରିବାକୁ ପଡେ ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ .ଅରୁଣ କହିଥିଲେ ମୁଁ ସେହି ଅର୍ଥରେ କହି ନଥିଲି .ମୁଁ ଜଣେ ସାହିତ୍ୟିକ ଓଡିଶା ପାଇଁ ଆପଣଙ୍କର ଯେମିତି ଭଲପାଇବା ଅଛି ମୋର ବି ସେମିତି ଭଲ ପାଇବା ଅଛି .ଆମ ଦଳକୁ ବି ଚାଳିଶି ପ୍ରତିଶତ ଭୋଟ ମିଳିଛି .. କଣ ଆମକୁ ଯେଉଁମାନେ ଭୋଟ ଦେଇଛନ୍ତି ସେମାନଙ୍କର ଓଡିଶା ଅସ୍ମିତା ନାହିଁ .ହେଲେ ଅରୁଣଙ୍କ ଏହି କଥାରୁ ଏକଥା ସ୍ପଷ୍ଟ ହେଲା ଯେ ସେ ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ 5tପାଇଁ ଏତେ ବର୍ଷର ବିଜେଡି ସରକାର କ୍ଷମତାରୁ ଯାଇଛି ..ଆଉ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି ଯଦି ଓଡ଼ିଆ ମାନଙ୍କ ଭାବାବେଗକୁ ବୁଝି ନପାରିଲା ତାହେଲେ ବିଜେପି ମଧ୍ୟ ସରକାରକୁ ଯିବ ..

You can share this post!
author