ମାଲକାନଗିରି କାଳିମେଳାରେ ଜଳୁଛି ଜଙ୍ଗଲ । ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଏମଭି ୧୨୬ ପାହାଡରେ ନିଆଁ ଲାଗିଛି । କାଲିମେଳା ବନ ବିଭାଗ ଅଧିନରେ ଥିବା ପେଦାବାଡା ସଂରକ୍ଷିତ ଜଙ୍ଗଲରେ ରହିଛି ଏହି ପାହାଡ । ଏଠାରେ ଅନେକ ମୂଲ୍ୟବାନ ଗଛ ଥିବା ବେଳେ ଶୁଖିଲା ପତ୍ର କାରଣରୁ ନିଆଁ ବ୍ୟାପିବାରେ ଲାଗିଛି । ଏପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ତାପମାତ୍ରାକୁ ଆହୁରି ବୃଦ୍ଧି କରାଉଛି । କାଲିମେଳା ବନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଏହି ପାହାଡ ରହିଛି । କିନ୍ତୁ ବନ ବିଭାଗର ଅପାରଗତା କାରଣରୁ ଏଭଳି ନିଆଁ ଲାଗିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

- April 18, 2024
0
32
Less than a minute
You can share this post!
author