ମାଷ୍ଟର କ୍ୟାଣ୍ଟିନ ଛକରେ ମୁହାଁମୁହିଁ ହେବେ ନବୀନ-ମୋହନ !

ମାଷ୍ଟର କ୍ୟାଣ୍ଟିନ ଛକରେ ମୁହାଁମୁହିଁ ହେବେ ନବୀନ-ମୋହନ !

ଆଉ ମାତ୍ର କିଛି ଦିନର ଅପେକ୍ଷା । ରାଜଧାନୀର ଛାତି ଉପରେ ମୁହାଁମୁହିଁ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତମାନର ମୁଖ୍ୟମନ୍ତ୍ରୀ । ହଁ ଆଜ୍ଞା, ଆଉ ଦିନ କେଇଟା ପରେ ରାଜ୍ୟରେ ଧୁମଧାମରେ ବିଜେପି ପାଳନ କରିବ ସରକାରର ଏକ ବର୍ଷ ପୂର୍ତି । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ବିଜେପି ନେତା । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ସାଧାରଣ ଲୋକଙ୍କ ପାଖକୁ ଯାଇ ନିଜର ରିପୋର୍ଟ କାର୍ଡ ପରୋକ୍ଷରେ ଦର୍ଶାଉଛନ୍ତି । ଏବଂ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ବିଭିନ୍ନ ଜିଲ୍ଲାକୁ କୋଟି କୋଟି ଟଙ୍କାର ଅନୁଦାନ ବି ଦେଉଛନ୍ତି । ଏହା ସହ ବର୍ଷକ ଭିତରେ ବିଜେପି କଣ କଣ କରିଛି ତାର ଲମ୍ବା ଚଉଡା ଚିଠା ବି ଦେଉଛନ୍ତି । କିନ୍ତୁ ଏହା କେବଳ ବର୍ଷ ପୂର୍ତି ପାଇଁ ଏବଂ ଲୋକଙ୍କୁ ସରକାରଙ୍କ ସହିତ ଯୋଡି ରଖିବା ପାଇଁ ବିଜେପି କରୁଥିବା ବିରୋଧୀଙ୍କ ମହଲରେ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ମନ୍ତ୍ରୀ , ସାଂସଦ ଏବଂ ବିଧାୟକମାନେ ମଧ୍ୟ ନିଜ ନିଜ ଏକ ବର୍ଷର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ବାଣ୍ଟିବାରେ ବ୍ୟସ୍ତ ରହିଛନ୍ତି । ଏବଂ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବର୍ଷକ ଭିତରେ କଣ କଣ ବିକାଶମୂଳକ କାଯ୍ୟ କରିଛନ୍ତି ତାର ହିସାବ ଦେଉଛନ୍ତି । ଆଉ ଏହି ସବୁ ହିସାବର କାଉଣ୍ଟର ଜବାବ ବିଜେଡି ଦେବା ପାଇଁ ରେଡୀ ହେଉଛି । ନବୀନ ନିବାସରେ ଘନ ଘନ ବୈଠକ କରି କିପରି ସରକାରଙ୍କୁ ହରଡଘଣାରେ ପକାଯିବ ସେନେଇ ବ୍ଲୁ ପ୍ରିଣ୍ଟ ରେଡୀ ହେଉଛି । ନବୀନ ନିବାସ, ଶଙ୍ଖ ଭବନରେ ବୈଠକ କରି ନେତାଙ୍କୁ ଗୁରୁମନ୍ତ୍ର ଦିଆଯାଉଛି । ଏବଂ ଏହାର ପ୍ରଭାବ ଜୁନ୍ ୧୨ ତାରିଖରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ, ନାଟକ ବି ଦେଖିବାକୁ ମିଳିବ ବୋଲି ପୂବରୁ ଘୋଷଣା ସରିଛି । ତେଣୁ ପୁଣି ଥରେ ରାଜରାସ୍ତାେରେ ନବୀନ ମୋହନଙ୍କ ଦମଦାର ଲଢେଇ ଦେଖିବାକୁ ମିଳିବ ବୋଲି ସମ୍ଭାବନା ବଢି ବଢି ଚାଲିଛି ।

ତେବେ ଖାଲି ଏତିକି ନୁହେଁ, ଏବେ ଠୁ ହିଁ ବିଜେପି ବିରୋଧରେ ବିଜେଡି ନେତାମାନେ ସ୍ୱର ଉଠାଇ ଆନ୍ଦୋଳନ କରୁଥିବା ନଜର ଆସୁଛନ୍ତି । ତେଣୁ ଜୁନ୍ ୧୨ ପୂର୍ବରୁ ମଧ୍ୟ ଆନ୍ଦୋଳନ ତୀବ୍ର ହେବା ନେଇ ଆକଳନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *