କୋଟିପତି ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ । ରାତାରାତି କୋଟିପତି ହେବାକୁ ଅନେକ ଦେଖିଥାନ୍ତି ସ୍ବପ୍ନ । ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ ବା ଏସଆଇପି ମାଧ୍ୟମରେ ଆପଣ ମଧ୍ୟ କୋଟିପତି ହୋଇପାରିବେ । ଆଜ୍ଞା ହଁ ବିଶ୍ଵାସ ହେଉନଥିଲେ ବି ସତ। ଜାଣନ୍ତୁ କୋଟିପତି ହେବାର ମନ୍ତ୍ର । ଜାଣନ୍ତୁ ନିବେଶ କରିବାର ସହଜ ଉପାୟ । ମାସକୁ ମାତ୍ର ୧୦୦୦ ଟଙ୍କା ନିବେଶ କରି ଆପଣ ମଧ୍ୟ କୋଟିପତି ହେଇପାରିବେ । ଏସଆଇପି ହେଉଛି ନିବେଶର ଏକ ମାଧ୍ୟମ ଯେଉଁଥିରେ ଆପଣ ପ୍ରତିମାସରେ ଏକ ନିଦ୍ଦିଷ୍ଟ ପରିମାଣର ଅର୍ଥ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ କରାହୁଏ । ଭାରତୀୟ ନିବେଶକଙ୍କ ମଧ୍ୟରେ ଏସଆଇପିର ଲୋକପ୍ରିୟତା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଡିସେମ୍ବର ମାସରେ ମ୍ୟୁଚୁଆଲ ଫଣ୍ଡ ଫୋଲିଓ ସଂଖ୍ୟା ୨୨.୫ କୋଟିକୁ ବଢିଛି । ଯାହା ନଭେମ୍ବର ମାସରେ ୨୨.୦୨ କୋଟି ଥିଲା । ଏସଆଇପି କେବଳ ଶୃଙ୍ଖଳିତ ନିବେଶର ଏକ ମାଧ୍ୟମ ନୁହେଁ । କମ୍ପାଉଣ୍ଡିଙ୍ଗର ଯାଦୁ ମାଧ୍ୟମରେ ଏହା ଆପଣଙ୍କ ସ୍ବଳ୍ପ ନିବେଶକୁ ବଡ଼ ସଞ୍ଚୟରେ ପରିଣତ କରିଦିଏ ।
ତେବେ ଆସନ୍ତୁ ଜାଣିବା ଆପଣ କେତେ ସମୟ ଭିତରେ ୧୦୦୦,୨୦୦୦,୩୦୦୦ ଟଙ୍କା କରି କୋଟିପତି ହୋଇପାରିବେ । ଯଦି ଆପଣ ମାସିକ ୧୦୦୦ ଟଙ୍କାର ଏସଆଇପି କରି ବର୍ଷକୁ ୧୨ ପ୍ରତିଶତ ସୁଧରେ ପ୍ରତିବର୍ଷ ୧୦ ପ୍ରତିଶତର ଷ୍ଟେପ ଅପ କରୁଛନ୍ତି ତାହେଲେ ଆପଣ ୩୧ବର୍ଷରେ କୋଟିପତି ହୋଇଯିବେ । ସେହିପରି ଭାବରେ ଯଦି ଆପଣ ମାସକୁ ୨୦୦୦ ହଜାର ଟଙ୍କାର ଏସଆଇପି କରି ବର୍ଷକୁ ୧୨ ପ୍ରତିଶତ ସୁଧରେ ପ୍ରତିବର୍ଷ ୧୦ ପ୍ରତିଶତର ଷ୍ଟେପ ଅପ କରୁଛନ୍ତି ତାହେଲେ ଆପଣ ୨୭ ବର୍ଷରେ କୋଟିପତି ହେଇଯିବେ । ଯଦି ଆପଣ ମାସକୁ ୩୦୦୦ ହଜାର ଟଙ୍କାର ଏସଆଇପି କରି ବର୍ଷକୁ ୧୨ ପ୍ରତିଶତ ସୁଧରେ ପ୍ରତିବର୍ଷ ୧୦ ପ୍ରତିଶତର ଷ୍ଟେପ ଅପ କରୁଛନ୍ତି ତାହେଲେ ଆପଣ ୨୪ ବର୍ଷରେ କୋଟିପତି ହେଇଯିବେ । ଯଦି ଆପଣ ମାସକୁ ୫୦୦୦ ହଜାର ଟଙ୍କାର ଏସଆଇପି କରି ବର୍ଷକୁ ୧୨ ପ୍ରତିଶତ ସୁଧରେ ପ୍ରତିବର୍ଷ ୧୦ ପ୍ରତିଶତର ଷ୍ଟେପ ଅପ କରୁଛନ୍ତି ତାହେଲେ ଆପଣ ୨୧ବର୍ଷରେ କୋଟିପତି ହେଇଯିବେ । ଏସଆଇପିରେ ନିବେଶ କଲେ ଆପଣଙ୍କୁ ଧର୍ଯ୍ୟବାନ ହେବ ଆବଶ୍ୟକ।
