ରାଜ୍ୟ ରାଜନୀତିର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ହଁ ଦର୍ଶକବନ୍ଧୁ ଆଗାମୀ ସାଧାରଣ ନିର୍ବାଚନରେ ଭିନ୍ନ ଏକ ଦୃଶ୍ୟ ଦେଖିବେ ମାହାଙ୍ଗାବାସୀ । କାହିଁକିନା ଏଠାରେ ହେବ ଦୁଇ ନବାଗତଙ୍କ ମଧ୍ୟରେ ଲଢେଇ । ଦୁର୍ନିତି ଗ୍ରସ୍ତ ନେତା ପ୍ରତାପ ଜେନାଙ୍କ ଟିକେଟ କାଟି ବିଜେଡି ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି । ଜଣେ ଯୁବ ଚେହେରାଙ୍କ ଉପରେ ଭରସା କରିଛି ବିଜୁ ଜନତା ଦଳ । ଅନ୍ୟପଟେ ବିଜେଡିକୁ ଟକ୍କର ଦେଲା ଭଳି ମାଷ୍ଟର ପ୍ଲାନ କରିଛି ବିଜେପି । ନୂଆ କରି ବିଜେପିରେ ଯୋଗ ଦେଇଥିବା ସୁମନ୍ତ ଘଡାଇଙ୍କୁ ବିଜେପି ମାହାଙ୍ଗା ଆସନରୁ ପ୍ରାର୍ଥୀ କରାଇଛି । ମାହାଙ୍ଗା ପାଇଁ ନୂଆ ଚେହେରା ହେଉଛନ୍ତି ସୁମନ୍ତ ଘଡାଇ । କିନ୍ତୁ ବିଜେଡିର ଟାଣୁଆ ନେତା ପ୍ରତାପ ଜେନାଙ୍କର ବେଶ ଦବଦବା ରହିଛି ତେଣୁ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ମିଳିବା ସହଜ ହୋଇପାରେ । ହେଲେ ବିଜେଡିର ଚକ୍ରବ୍ୟୁହରେ ଫସିଯିବେ କି ବିଜେପି ନେତା ସୁମନ୍ତ ଘଡାଇ । ଦୁଇ ନବାଗତଙ୍କ ଲଢେଇରେ କାହାର ହେବ ମାହାଙ୍ଗା ବିଧାନସଭା ଆସନ ସେ ନେଇ ଅଙ୍କ କଶା ଚାଲିଛି । ମାହାଙ୍ଗା ବିଧାନସଭା କ୍ଷେତ୍ରରେ କଂଗ୍ରେସର ସତ୍ତା ନାହି କହିଲେ ଚଳେ । ବିଜେଡିର ଗଡକୁ ଭାଙ୍ଗିବା ପାଇଁ ବିଜେପି ନେତା ସୁମନ୍ତ ଘଡାଇଙ୍କ ପ୍ରଚାର ଜୋର ଧରିଲାଣି । ଅନ୍ୟପଟେ ବାପାଙ୍କ ଗଡ ରଖିବାକୁ ଅଙ୍କିତ ମଧ୍ୟ ପ୍ରଚାର ମଇଦାନରେ । ତେବେ ଦେଖବାକୁ ବାକି ରହିଲା ଶଙ୍ଖ ଗଡରେ ପଦ୍ମ ଫୁଟିବ ନା ପୁଣିଥରେ ଶଙ୍ଖ ଆସିବ ।

You can share this post!
author