ମାହାଙ୍ଗାରେ ସୁଭଦ୍ରା ଟଙ୍କା ବାଣ୍ଟିଲେ ବିଧାୟକ ସାରଦା ପ୍ରଧାନ

ମାହାଙ୍ଗାରେ ସୁଭଦ୍ରା ଟଙ୍କା ବାଣ୍ଟିଲେ ବିଧାୟକ ସାରଦା ପ୍ରଧାନ

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୁଭ ଜନ୍ମଦିନ ଅବସରରେ ଓଡ଼ିଶାରେ ପହଂଚିବା ପରେ ରାଜ୍ୟର ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ପଚାଶ ହଜାର ଟଙ୍କାର ଆର୍ଥକ ସହାୟତା ଘୋଷଣା କାର୍ଯ୍ୟକାରୀ ହୋଇଥିଲା। ଏହି ପରିପେକ୍ଷୀରେ ମଙ୍ଗଳବାର ପୂର୍ବାନ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଆନୁକୂଲ୍ୟରେ ମଣ୍ଡଳ ଉନ୍ନୟନ ଅଧିକାରି ବିରଞ୍ଚିନାରାୟଣ ବେହେରାଙ୍କ ସଂଯୋଜନାରେ ବରେଣ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବା ପାଇଁ ଆଭାସି ମାଧ୍ୟମରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଡ଼ିଇଓ ଅକ୍ଷୟ କୁମାର ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ସାରଦା ପ୍ରସାଦ ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ‘ ସୁଚ୍ଛତା ହିଁ ସେବା ” ର ବାସ୍ତବ ରୂପ ଦେବାକୁ ଉପସ୍ଥିତ ହଜାର ହଜାର ମହିଳା ମା ମାନଙ୍କୁ ଶପଥପାଠ କରାଇବା ସହ ଦେଶ ସ୍ବାଧୀନତା ପରେ ବିଜେପି ପକ୍ଷରୁ ଜାରୀ ହୋଇଥିବା ସୁଭଦ୍ରା ଯୋଜନା ଦେଶର ସର୍ବ ବୃହତ ଯୋଜନା ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ଅତିଥ୍ ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ ଯୋଗଦେଇ ସରକାରଙ୍କ ଏପରି ଯୋଜନାକୁ ସ୍ଵାଗତ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ସିଡ଼ିପିଓ ସତ୍ୟଭାମା ବିଶୋଇ ଯୋଗଦେଇ ଏହି ଯୋଜନାରେ ନିଶ୍ଚିନ୍ତକୋଇଲି ବ୍ଲକର ୨୦ ହଜାରରୁ ଉର୍ଦ୍ଧ୍ଵ ମହିଳା ଉପକୃତ ହେବେ ବୋଲି କହିବା ସହ ଏପରି ମହତ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଥିଲେ । ବିଧାୟକ ଶ୍ରୀ ଶାରଦା ପ୍ରଧାନ ହିତାଧିକାରୀ ମାନଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ରାଶି ଏବଂ ପକାଘର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ସିଧା ପ୍ରସାରଣ ବୁଦ୍ଧିଜୀବୀ, ଶ୍ରମିକ, କୃଷକ, ଛାତ୍ର, ଯୁବକ ତଥା ଜନପ୍ରତିନିଧୁ ମାନେ ଏ.ଲି.ଡି ମାଧ୍ୟମରେ ଦେଖିବାର ସୁଯୋଗ ପାଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *