ଚଳିତବର୍ଷ ମିସ୍ ୱାର୍ଲ୍ଡ ୨୦୨୪ ଘୋଷଣା କରାଯାଇଛି । ମିସ୍ ଚେକ୍ ରିପବ୍ଲିକ୍ କ୍ରିଷ୍ଟିନା ପିଜକୋଭା ଏହି ଟାଇଟଲ୍ ହାସଲ କରିଛନ୍ତି । ଭାରତର ସିନି ସେଟ୍ଟୀ ଏହି ପ୍ରତିଯୋଗୀତାରୁ ବାଦ୍ ପଡିଛନ୍ତି । ଏହି କାର୍ଯ୍ୟକ୍ରମ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଦେଶରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ୨୮ ବର୍ଷ ପରେ ଭାରତରେ ଆୟୋଜିତ ହେଲା ମିସ୍ ୱାର୍ଲ୍ଡ ସୌନ୍ଦର୍ୟ୍ୟ ପ୍ରତିଯୋଗିତା। ଏଥିରେ ସିନି ସେଟ୍ଟୀ ମିସ୍ ୱାର୍ଲ୍ଡ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସିନି ସେଟ୍ଟୀ ମିସ୍ ଇଣ୍ଡିଆ-୨୦୨୨ର ବିଜେତା ଥିଲେ। ଏହି ପ୍ରତିଯୋଗିତାରେ ୧୧୫ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୋଲାଣ୍ଡର ମିସ୍ ୱାର୍ଲ୍ଡ -୨୦୨୨ କାରୋଲିନା ବିଲାୱସ୍କା କ୍ରିଷ୍ଟିନାଙ୍କୁ ମିସ୍ ୱାର୍ଲ୍ଡ ୨୦୨୪ ର ମୁକୁଟ ପିନ୍ଧାଇଥିଲେ ।

You can share this post!
author