୧୧ ମାସ ପରେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା । ଭରା ସଭାରେ ସରକାରୀ ଅଧିକାରୀଙ୍କୁ ତାଗିଦ୍ କରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋ ସରଳତା ମୋ ଦୁର୍ବଳତା ନୁହେଁ, ମୁଁ ବି ହାର୍ଡ ନିଷ୍ପତ୍ତି ନେଇପାରେ । ହଁ ଦର୍ଶକବନ୍ଧୁ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଭରା ସଭାରେ ସରକାରୀ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହେଉଥିବା ଅବହେଳାକୁ ନେଇ ନିଜେ ମୁହଁ ଖୋଲିଛନ୍ତି ମୋହନ । ଖାଲି ମୁହଁ ଖୋଲିନାହାନ୍ତି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ପରୋକ୍ଷରେ ମନ୍ତବ୍ୟ ବି ଦେଇଛନ୍ତି ।
ତେବେ କିଛି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛିି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ବିଡିଓଙ୍କୁ ତାଗିଦ୍ କରୁଥିବା ନଜର ଆସିଥିଲେ । ଏବଂ କିପରି ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଟିଭି ସ୍କ୍ରିନରେ ଆସିବା ସମୟରେ ବିଡିଓ ଟିଭି ସ୍କ୍ରିନ ବନ୍ଦ କରି ଲୋକଙ୍କୁ ଚାଲିଯିବାକୁ କହୁଥିଲେ ସେ ସମ୍ପର୍କରେ ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ । ତେବେ ମୋହନ ଆହୁରି କହିଥିଲେ ଯେ, “କିଛି ବିଡିଓ ମୋ ସହ ଭଲ ସମ୍ପର୍କ ରଖିନାହାନ୍ତି । ଭିଡିଓ କନଫରେନ୍ସରେ ମୋ ଭାଷଣ ଆସିଲେ, ଟିଭି ବନ୍ଦ କରିଦେଉଛନ୍ତି । ଲୋକଙ୍କୁ ପଳାଇବାକୁ କହୁଛନ୍ତି । ଏହାପରେ ପରିସ୍ଥିତି କଣ ହେବ ଆପଣମାନେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିବା ସମୟରେ ଟିଭି ବନ୍ଦ କରିଦେବାକୁ ମୁଁ କ୍ଷମା ଦେବିନି । ମୁଁ ଆଦିବାସୀ, ତଳୁ ଆସିଛି, ମୋ ସରଳତା ମୋ ଦୁର୍ବଳତା ନୁହେଁ । ମୁଁ ହାର୍ଡ ନିଷ୍ପତ୍ତି ବି ନେଇପାରେ”, ଗୁରୁବାର ଏଭଳି କିଛି କଥା କହିବା ସହିତ ବିଡିଓଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି ରୂପ ଦେଖି ନାନା ଚର୍ଚ୍ଚା ମୁଣ୍ଡ ଟେକିଛି ।
ବାଇଟ୍- ମୋହନ
କାହିଁକି ନା, ମୁଖ୍ୟମନ୍ତ୍ରୀ ହେବା ପରଠାରୁ ମୋହନଙ୍କ ଏପରି ଗରମ ଆଭିମୁଖ୍ୟ କେବେ ବି ଦେଖିବାକୁ ମିଳିନି । କିନ୍ତୁ ଏବେ ସବୁ ସୀମା ପାର୍ ହୋଇଯାଇଛି । ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସଭା ଏବଂ କାଯ୍ୟକ୍ରମରେ ଅବହେଳା ହେଉଥିବାରୁ ଏହାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ସ୍ୱର ଉଠାଇବା ସହ ଏଭଳି କାଯ୍ୟ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନେବା ନେଇ ନିଷ୍ପତି ନେଉଛନ୍ତି ।