ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ରାଜଧାନୀସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ସାଂସଦ ଅପରାଜିତା ଷଡଙ୍ଗୀ ଏହି ଚିଠି ଲେଖିଛନ୍ତି । ଏଥିସହ କେଉଁ କାରଣ ପାଇଁ ପଦ୍ମକେଶରୀପୁର ଅଶାନ୍ତ ହେଲା ତାର କାରଣ ଖୋଜିବା ସହ ଶାନ୍ତି କମିଟି ଗଠନ କରିବାକୁ ଅପିଲ କରିଛନ୍ତି । ଏହି ମାମଲାରେ ୧୫୦ ଲୋକଙ୍କୁ ଗିରଫ କରାଯାଇଛି । ଗାଁ ଏବେ ଖାଁ ଖାଁ । ଯେଉଁ କିଛି ଲୋକ ରହିଛନ୍ତି, ସେମାନେ ଏବେ ଭୟରେ ରହିଛନ୍ତି । ନିକଟରେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ପରସ୍ପରକୁ ପଥର ମାଡ କରିଥିଲେ । ଏହାପରେ ସ୍ଥିତି ଅଣାୟତ ହୋଇଥିଲା । ଗାଁରେ ଶାନ୍ତି ଫେରାଇ ଆଣିବାକୁ ସେତେବେଳେ ୨୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *