ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି । ଝାରସୁଗୁଡା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ପଡିଲା ଡ୍ରୋନ । ଗତ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡା ଗସ୍ତରେ ଯାଇଥିଲେ । ଏବଂ ସେହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ରହିଥିବା ଖବର ସାମ୍ନାକୁ ଆସିଛି । ଏପରିକି ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ତେବେ ଝାରୁସୁଗୁଡା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ ଝାଡେସ୍ୱର ମନ୍ଦିରକୁ ପ୍ରବେଶ ନିମନ୍ତେ ଯାଉଥିବା ସମୟରେ ହଠାତ୍ ଏକ ଅଚିହ୍ନା ଡ୍ରୋନ୍ ଆସି ତାଙ୍କ ପାଖରେ ଖସିପଡିଥିଲା । ଏବଂ ଏହା ଦେଖି ଉଭୟ ଚମକି ମଧ୍ୟ ପଡିଥିଲେ । କିନ୍ତୁ ଏତେ କଡା ସୁରକ୍ଷା ବଳୟ ଥାଇ ମଧ୍ୟ କିପରି ଏପରି ଘଟଣା ଘଟିଲା ଏବଂ ଡ୍ରୋନ କେଉଁଠୁ ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

You can share this post!
author