ମୁଖ୍ୟମନ୍ତ୍ରୀ ପଦବୀ ହାତେଇବେ ଧର୍ମେନ୍ଦ୍ର !

ମୁଖ୍ୟମନ୍ତ୍ରୀ ପଦବୀ ହାତେଇବେ ଧର୍ମେନ୍ଦ୍ର !

ପାୱାର କରିଡୋରରେ ବଡ ଚର୍ଚ୍ଚା ଟେନସନରେ ମୋଦି
ମୋହନଙ୍କୁ ମୁହଁ ମୋଡିଲେଣି ଲୋକେ
ବର୍ଷେ ନପୂରୁଣୁ ହଟ୍ଟହଟ୍ଟା ମୁଖ୍ୟମନ୍ତ୍ରୀ
ଉତ୍ସବ ମନାଇବ ବିଜେପି ମୋଦି ବାଛିବେ ନୂଆ ମୁଖ୍ୟମନ୍ତ୍ରୀ

ହଁ ଆଜ୍ଞା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅପରାଗତା ଓ ଦାଣ୍ଡରେ ପଡି ହାଟରେ ଗଡୁଛି । ଚାରିଆଡୁ ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦା ଅପବାଦ ମିଳୁଥିବା ବେଳେ ସାଧାରଣ ଜନତା ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି । ରାଜ୍ୟରେ ଦୀର୍ଘ 24 ବର୍ଷ ପରେ ଭାରତୀୟ ଜନତା ପାର୍ଟି ସରକାର ଗଢିଲା । ରାଜ୍ୟବାସୀ ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇଲେ ହେଲେ ନୂଆ ସରକାର ଓ ନୂଆ ମୁଖ୍ୟମନ୍ତ୍ରୀ ପାଇ ମଧ୍ୟ ଖୁସିନାହାନ୍ତି ରାଜ୍ୟବାସୀ । ଲୋକଙ୍କ ସରକାର କହୁଥିବା ବିଜେପି ଲୋକଙ୍କ ସମସ୍ୟା ସମାଧାନ କରିବାରେ ଫେଲ ମାରିଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ କଥା ଅଫିସର ମାନେ ମାନୁନାହାନ୍ତି ଯାହା ନିଜେ ମୁଖ୍ୟମନ୍ତ୍ରୀ ନିଜ ମୁହଁରେ ମାନିଛନ୍ତି । ଅବ୍ୟବସ୍ଥା ଭିତରେ ଆଉ ମାତ୍ର ଠିକ କେଇଟା ଦିନ ପରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତି ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଅନ୍ୟନ୍ୟ ବିଭାଗର ମନ୍ତ୍ରୀମାନେ ନିଜ ନିଜର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ହେଲେ ଏପଟେ ମୁଖ୍ୟମନ୍ତ୍ରୀ ଗାଦି ବଦଳିବା ନେଇ ବିଜେପି ଶିବିରରେ ମାନସ ମାନ୍ଥନ ଚାଲିଛି । କାହିଁକିନା ସାଧାରଣ ଜନତାଙ୍କ ମୁହଁରେ ଗୋଟିଏ କଥା ରାଜ୍ୟରେ ସରକାର ଚଳାଇବା ପାଇଁ ଅସମର୍ଥ ମୋହନ ମାଝୀ । ଖାଲି ସେତିକି ନୁହେଁ ମୋହନଙ୍କୁ ରିମୋର୍ଟ କଣ୍ଟ୍ରୋଲ ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି । କେବଳ ସରକାର ନୁହେଁ ବରଂ ବିଜେପିର ଗୋଷ୍ଠୀ କନ୍ଦଳକୁ ଆୟତ୍ତ କରିବାରେ ଫେଲ ମାରିଛନ୍ତି ରାଜ୍ୟ ମୁଖିଆ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ,ରାଜ୍ୟ ସଭାପତି ଚୟନ ନେଇ ବାରମ୍ୱାର ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲିଛି ବିଜେପି । ସରକାରକୁ ବର୍ଷେ ପୂର୍ଣ୍ଣ ହେବାକୁ ବସିଛି କିନ୍ତୁ ଏବେ ପର୍ଯ୍ୟନ୍ତ ସେହି ଅଧାଗଢା ମନ୍ତ୍ରୀମଣ୍ଡଳରେ ରାଜ୍ୟ ଚାଲିଛି । ତେବେ ବର୍ଷେ ପୂର୍ତ୍ତି ଉତ୍ସବ ମନେଇବା ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ,ବିଜେପିର ଶୀର୍ଷ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ବିଜେପିର ଏହି ଉତ୍ସବରେ ମୋଦି କେଉଁ ଧମାକା କରୁଛନ୍ତି ଏବଂ ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ଗାଦିକୁ ନେଇ ଚାଲିଥିବା ଆଲୋଚନା କେତେ ସତ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *