ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ଜେଡିୟୁ ବିଧାୟକ ଦଳର ବୈଠକରେ ନିଆଗଲା ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ କୁମାର । ସେ ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ରାଜଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନରେ ନୂଆ ସରକାର ନେଇପାରେ ଶପଥ । ବିଜେପି ପକ୍ଷରୁ ମଧ୍ୟ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ବିଜେପି ସହ ମିଶି ଦିନ ୪ଟାରେ ନୀତୀଶ କୁମାର ଶପଥ ନେବେ ବୋଲି କୁହାଯାଉଛି । ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।

author

Related Articles

Leave a Reply

Your email address will not be published. Required fields are marked *