ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିୱାଲ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ବେଲରୁ ଆସିବା ପରେ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆସନ୍ତା ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲରେ ଥିଲେ ଅରବିନ୍ଦ କେଜ୍ରିୱାଲ। ଗତକାଲି ତାଙ୍କୁ ସୁପ୍ରିମକୋର୍ଟରୁ ବେଲ୍ ମିଳିଥିଲା। ବେଲରେ ଆସିବା ପରେ ଆଜି କେଜ୍ରିୱାଲ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି।ଗିରଫଦାରୀର ୬ ମାସ ମଧ୍ୟରେ ଇସ୍ତଫା ନେଇ ସେ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲେ। ଏପରିକି ସେ ଜେଲରେ ଥିବା ସମୟରେ ମଧ୍ୟ ବିରୋଧୀଙ୍କ ପକ୍ଷରୁ ଏକାଧିକ ବାର ଇସ୍ତଫା ନେଇ ଦାବି ଉଠିଥିଲା। କିନ୍ତୁ ଆଜି ନିଜର ଇସ୍ତଫାକୁ ନେଇ ଏପରି କିଛି ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।

author

Related Articles

Leave a Reply

Your email address will not be published. Required fields are marked *