ମୁଖ୍ୟମନ୍ତ୍ରୀ ହେବେ ଓଡିଆ ଝିଅ !

ମୁଖ୍ୟମନ୍ତ୍ରୀ ହେବେ ଓଡିଆ ଝିଅ !

ଇଡି ଜାଲରେ ଛନ୍ଦି ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଇଡି ଜାଲରେ ଛନ୍ଦି ହେବାପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ଓଡିଶାର ମୟୂରଭଞ୍ଜ ଝିଅ କଳ୍ପନା ସୋରେନ ହେମନ୍ତ ସୋରେନଙ୍କୁ ବିବାହ କରିଛନ୍ତି । ସେ ଏକ ଘରୋଇ ସ୍କୁଲର ପରିଚାଳନା କରୁଛନ୍ତି । ସ୍ୱାମୀ ହେମନ୍ତ ସୋରେନଙ୍କର ରାଜନୀତିରେ ଲମ୍ବା ଅନୁଭବ ରହିଛି । ଶ୍ୱଶୁର ଶିବୁ ସୋରେନ୍ ମଧ୍ୟ ରାଜନୀତିରେ ବେଶ୍ ଅଭିଜ୍ଞ ଓ ଧୁରୀଣ ଖେଳାଳି । ଏସବୁ ଦେଖି କୁହାଯାଉଛି କି କଳ୍ପନା ନିର୍ବାଚନ ଲଢିପାରନ୍ତି । କଳ୍ପନା ମୁଖ୍ୟମନ୍ତ୍ରୀ ପଦରେ ରହିଲେ ମଧ୍ୟ ପ୍ରଚ୍ଛଦ ପଟରେ ରହି ହେମନ୍ତ ସୋରେନ୍ ହିଁ ଶାସନ ପରିଚାଳନା କରିବେ, ଏଥିରେ ସନ୍ଦେହ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *