ଦୁର୍ନିତି ରୋକୁଛି ନା ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ରାଜ୍ୟ ସରକାର ? ଧାନକିଣାରେ ଅବ୍ୟବସ୍ଥା ହନ୍ତସନ୍ତ ହେଉଛି ଚାଷୀ । ପୁଣି ତେଜିଲା ଧାନକିଣା ରାଜନୀତି । ରାଜ୍ୟରେ ନୂଆ ସରକାର ଆସିବା ପରେ କାହିଁକି ଏତେ ଅବ୍ୟବସ୍ଥା ଦେଖାଯାଉଛି ? ପ୍ରତ୍ୟୋକ ଜିନିଷକୁ ଠିକ ସେ ପରିଚାଳନା କରିବାରେ କାହିଁକି ଫେଲ ମାରୁଛି ବିଜେପି ସରକାର ? ରାଜ୍ୟ ସରକାରଙ୍କ ଏହିଭଳି ଅନେକ ପ୍ରଶ୍ନ କରୁଛନ୍ତି ସାଧାରଣ ଜନତା । ଓଡିଆ ଅସ୍ମିତାକୁ ଆୟୁଧ କରି ସରକାର ଗଢିଲା ଭାରତୀୟ ଜନତା ପାର୍ଟି । ନିର୍ବାଚନୀ ଇସ୍ତାହାରରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଏବେ ରାଜ୍ୟବାସୀଙ୍କ ପାଇଁ ପାଣିର ଗାର ସାଜିଛି । ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେତେ ମାତ୍ରାରେ ସଫଳ ହୋଇଛି ତାହା ସମସ୍ତଙ୍କୁ ଜଣା । କିନ୍ତୁ ଏପଟେ ବର୍ତ୍ତମାନ ମଣ୍ଡିରେ ଧାନ କିଣା ଚାଲିଥିବା ବେଳେ ଚାଷୀ ହନ୍ତସନ୍ତ ହେଉଛନ୍ତି ।
ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିରୋଧି ବିଜେଡି ଓ କଂଗ୍ରେସ । ବିରୋଧି ବିଜେଡି ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ରହିଥିବା କଥା ଉଠାଇଥିବା ବେଳେ ମଣ୍ଡିରେ ସମସ୍ତ ପ୍ରକାର ସୁବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ବିଜେଡି ବିଧାୟକ ତଥା ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି କି ହଜାର ହଜାର ଏକର ଧାନ ଚାଷ ଜମିରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହେଉଛି ତାହା ପାଖରେ ଟୋକନ ନାହିଁ କିନ୍ତୁ ଯାହାର ଧାନ ଅମଳ ହୋଇଛି ତାହା ପାଖେ ଟୋକନ ନାହିଁ । ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ମଣ୍ଡିରେ ଧାନ ସଂଗ୍ରହ କରାଯାଉଛି କିନ୍ତୁ ଏହାଉପରେ ସରକାରଙ୍କ ନିଘା ନାହିଁ । ମଣ୍ଡିରେ କିପରି ଚାଷୀଙ୍କ ଧାନ ସୁରକ୍ଷିତ ରହିବ ସେ ଉପରେ ରାଜ୍ୟ ସରକାର ଧ୍ୟାନ ଦିଆନ୍ତୁ ବୋଲି କହିଛି ବିଜେଡି ।
ରାଜ୍ୟରେ ଦୁଇଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ବିଲରେ ପାଣି ଖାଉଛି ଧାନ । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । କିନ୍ତୁ ଏପଟେ ସରକାର ବାହାସ୍ପଟ ମାରୁଛନ୍ତି । ଏଭଳି କିଛି ଅଭିଯୋଗ ଆଣିଥିଲା ବିରୋଧି କଂଗ୍ରେସ । ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ସେ କହିଛନ୍ତି ମଣ୍ଡିରେ ଧାନ ସୁରକ୍ଷିତ ରହବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ଏବଂ ଚାଷୀଙ୍କୁ ଗୁରୁତ୍ୱ ଦେଉଛି ବିଜେପି ସରକାର ।