ମୁଣ୍ଡରେ ହାତଦେଲେଣି ମୋହନ…ଆସିବେ ମୋଦି ହଟିବେ ବିବାଦୀୟ ମନ୍ତ୍ରୀ !

ମୁଣ୍ଡରେ ହାତଦେଲେଣି ମୋହନ…ଆସିବେ ମୋଦି ହଟିବେ ବିବାଦୀୟ ମନ୍ତ୍ରୀ !
  • ବିଜେପିର ବଢୁଛି ବିବାଦ ଅସନ୍ତୁଷ୍ଟ ନେତା !
  • ଆସୁଛନ୍ତି ମୋଦି ହଟିବେ ବିବାଦୀୟ ମନ୍ତ୍ରୀ !
  • ମୋହନଙ୍କୁ ଦେବେ ମନ୍ତ୍ର ବିଧାୟକଙ୍କୁ ଦେବେ ଦାୟିତ୍ୱ !

ନୂଆ ବର୍ଷରେ ଭାରତୀୟ ଜନତା ପାର୍ଟିରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ପୁଣି ଆସୁଛନ୍ତି ମୋଦି କାହାକୁ ଦେବେ ଦାୟିତ୍ୱ କାହାଠୁ କରିବେ ଦାୟିତ୍ୱ ଅପସାରିତ । ପାୱାର କରିଡୋରରେ ବିଜେପିର ମନ୍ତ୍ରୀ ମଣ୍ଡଳକୁ ନେଇ ବଢୁଛି ଚର୍ଚ୍ଚା । କାହିଁକିନା ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀ ମଣ୍ଡଳ ହଟିବେ ବିବାଦୀୟ । ସରକାରକୁ ଆସିବା ଦିନରୁ ବିଜେପିରେ ବଢିବାରେ ଲାଗିଛି ଗୋଷ୍ଠୀ କନ୍ଦଳ । ଦଳର ବରିଷ୍ଠ ନେତୃବୃନ୍ଦ ଓ ସାଂସଦ ମାନେ ଦଳରୁ ସାଇଡଲାଇନ ହୋଇ ରହୁଛନ୍ତି । ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଲା କିନ୍ତୁ ବହୁ ବରିଷ୍ଠଙ୍କୁ ନା ମନ୍ତ୍ରୀ ପଦବୀ ମିଳିଲା ନ ଦଳରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଲା । ଯେଉଁଥିପାଇଁ ବିଜେପିର ଅନ୍ତଃକନ୍ଦଳ ବଢିବାରେ ଲାଗିଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମେତ 15 ଜଣ ମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି ଏବଂ ବିଭିନ୍ନ ବିଭାଗର ଦାୟିତ୍ୱ ଦିଆଯାଇଛି । ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ମଧ୍ୟ ରହିଛି । ହେଲେ ନିଜର ଦାୟିତ୍ୱକୁ ତୁଲାଇବାରେ ଅସଫଳ ବିଜେପିର ମନ୍ତ୍ରୀମଣ୍ଡଳ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯୋଗାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ।

ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବୟାନ ବାଜି,ଆଇଆଇ ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଚୁପ ରହିବା ଘଟଣା ଖାଲି ସେତିକି ନୁହେଁ ବରଂ ରାଜ୍ୟରେ ବିଷାକ୍ତ ମଦ ପିଇ ମୃତ୍ୟୁ ଓ ଆମ୍ୱଟାକୁଆ ଖାଇ ଆଦିବାସୀଙ୍କ ପ୍ରାଣ ହରାଇବା ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିବାଦୀୟ ବୟାନ ଏ ସବୁ ଘଟଣା ଉପରେ ଯଦି ଭଲ କରି ନଜର ପକାଇବା ତେବେ ଭାରତୀୟ ଜନତା ପାର୍ଟି ସରକାର ସବୁଆଡୁ ଛନ୍ଦି ହୋଇ ରହିଥିବା ଜଳ ଜଳ ହୋଇ ଦେଖାଗଲାଣି । ସେପଟେ ଦଳରେ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ଏପରି ପରିସ୍ଥିତିରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ନେଇ ବାରମ୍ୱାର ଖବର ଆସୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କୌଣସି କଡା ପଦକ୍ଷେପ ନେଇନାହାନ୍ତି ମୋହନ ସରକାର । ଏହାରି ଭିତରେ ସରକାରକୁ ଛଅମାସ ପୂର୍ଣ୍ଣ ହୋଇଯାଇଛି ଏବଂ ଆସନ୍ତା ସପ୍ତାହରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି । ତେବେ ବିଜେପି ହାଇକମାଣ୍ଡଙ୍କ ଏହି ଥରର ଓଡିଶା ଗସ୍ତ ବୋଧ ହୁଏ ବିଜେପିର କିଛି ମନ୍ତ୍ରୀଙ୍କ ପାଇଁ କାଳ ସାଜିପାରେ ବୋଲି ଚର୍ଚ୍ଚା ହେଲାଣି । କାହିଁକିନା ବିବାଦୀୟ ମନ୍ତ୍ରୀଙ୍କୁ ହଟାଇ ନୂଆଙ୍କୁ ସ୍ଥାନ ଦେବା ପାଇଁ ଲିଷ୍ଟ ଧରି ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *