ମୁମ୍ବାଇରେ ଗର୍ଜିଲା ଅଭିଷେକଙ୍କ ବ୍ୟାଟ…

ମୁମ୍ବାଇରେ ଗର୍ଜିଲା ଅଭିଷେକଙ୍କ ବ୍ୟାଟ…

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଟି ଟ୍ୱେଣ୍ଟି ମୁକାବିଲାର ଅନ୍ତିମ ମ୍ୟାଚ ମୁମ୍ବାଇରେ ଅନୁଷ୍ଠିତ ହେଇଥିଲା । କାଲି ରବିବାର ହେଇଥିବାରୁ ଅନେକ ସେଲିବ୍ରିଟି , ବିଜେନ୍ସମ୍ୟାନ ମାନେ ମଧ୍ୟ ମ୍ୟାଚ ଦେଖିବାକୁ ଆସିଥିଲେ । . ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ ,ଇନଫୋସିସ ମାଲିକ ନାରୟଣ ମୂର୍ତ୍ତି , ପୂର୍ବତନ ଇଂଲଣ୍ଡ ଅଧିନାୟକ ରିଷି ସୁନକ ,ସୁପରଷ୍ଟାର ଅମୀର ଖାନ ଆସି ମ୍ୟାଚର ମଜା ନେଇଥିଲେ । ଏହି ମ୍ୟାଚରେ ଵ୍ୟାଟଲର ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ସଂଜୁ ସାମସନ ବ୍ୟାଟିଂ ଓପନ କରିବାକୁ ଆସିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ । ମାତ୍ର ୧୭ଟି ବଲରେ ନିଜର ଅର୍ଦ୍ଧଶତକ ପୁରା କରିଥିଲେ ଅଭିଷେକ । ଗୋଟିଏ ପଟେ ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ଆଉଟ ହେଇଚାଲିଥିଲାବେଳେ ଅଭିଷେକ ନିଜର ଦୁର୍ଦଶ ବ୍ୟାଟିଂ ଜାରିରଖିଥିଲେ। ଆଉ ମାତ୍ର ୩୭ଟି ବଲରେ ନିଜକ ଶତକ ପୁରା କରିଥିଲେ । ଅଭିଷେକଙ୍କ ବ୍ୟାଟିଂ ଦେଖି ମୁକେଶ ଅମ୍ବାନୀ ନିଜ ଖୁସି ସମ୍ଭାଳି ପାରିନଥିଲେ ଆଉ ବାରମ୍ବାର ଠିଆ ହେଇ ତାଳି ମାରୁଥିଲେ । ଅଭିଷେକଙ୍କ ବ୍ୟାଟିଂ ଜଲବା ସାହାଯ୍ୟରେ ଭାରତ ୨୪୭ ରନର ବିଶାଳ ସ୍କୋରର ପାହାଡ଼ ଠିଆ କରିଥିଲା ଯାହାର ପିଛା କରୁକରୁ ଇଂଲଣ୍ଡର ପୁରା ଟିମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଇ ମାତ୍ର ୯୭ ରନରେ ଅଲଆଉଟ ହେଇଯାଇଥିଲା। ଆଉ ଭାରତ ୪-୧ରେ ସିରିଜ ଜିତିଯାଇଥିଲା । ବ୍ୟାଟିଂ ପରେ ବୋଲିଂରେ ବି ଅଭିଷେକଙ୍କ ଦମ ଦେଖିବାକୁ ମିଳିଥିଲା । ଆଉ ସେ ୨ଟି ୱକେଟ ନେଇଥିଲେ .। ମ୍ୟାଚ ବିଜୟୀ ଇନିଂସ ପାଇଁ ଅଭିଷେକ ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ମ୍ୟାନ ଅଫ ଦି ସିରିଜ ଆୱାର୍ଡ ମିଳିଥିଲା ।

author

Related Articles

Leave a Reply

Your email address will not be published. Required fields are marked *