ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀଘାରେ ମମତା ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ନୂତନ ଜଗନ୍ନାଥ ମନ୍ଦିରକୁ ନେଇ କିଛି ଦିନ ହେବ ବିବାଦ ଲାଗି ରହିଛି । ପ୍ରଥମେ ଦାରୁକୁ ନେଇ ଏବଂ ପରେ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଭାବେ ଉଲ୍ଲେଖ କରିବାକୁ ନେଇ । ଏବଂ ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମମତା ବାନାର୍ଜୀ । ତେବେ ସେ କହିଛନ୍ତି ଯେ, ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ଆମେ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମାନ କରୁଛୁ । କାଳୀ ମନ୍ଦିର, ଶିବ ମନ୍ଦିର ଦେଶର ପ୍ରତ୍ୟେକ ସ୍ଥାନରେ ରହିଛି । କିନ୍ତୁ ଜଗନ୍ନାଥ ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମମତା । ଏହା ସହ ବିଜେପି କିଛି କଲେ ଆମେ ତ କିଛି ପ୍ରଶ୍ନ ଉଠାଉନୁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଏବେ ନାନା ଚର୍ଚ୍ଚା ମୁଣ୍ଡ ଟେକୁଛି ।

You can share this post!
author