ମୁହଁ ଖୋଲିଲେ ରୋହିତ୍‌

ମୁହଁ ଖୋଲିଲେ ରୋହିତ୍‌

ନିଜ ନାଁରେ ଚାଲିଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ୍ ଶର୍ମା । ଦିନିକିଆ କ୍ରିକେଟରୁ ରୋହିତ ଅବସର ନେଉନଥିବା ସ୍ପଷ୍ଟ କରିଛନ୍ତି । ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମାଙ୍କ ଅବସରକୁ ନେଇ ଅନେକ ଆଲୋଚନା କରାଯାଉଥିଲା । ଏପରିକି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ରୋହିତ ଶର୍ମା ଅବସର ନେଇପାରନ୍ତି ବୋଲି କ୍ରିକେଟ ସମୀକ୍ଷକମାନେ ଅନୁମାନ କରୁଥିଲେ । କିନ୍ତୁ ଏବେ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଐତିହାସିକ ବିଜୟ ପରେ ନିଜ ନାଁରେ ଚାଲିଥିବା ଏହି ଗୁଜବକୁ ନେଇ ମୁହଁ ଖୋଲିଛନ୍ତି ରୋହିତ୍ । ମ୍ୟାଚ ପରର ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଏବେ ଦିନିକିଆ କ୍ରିକେଟରୁ ଅବସର ନେବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *