ମୁହାଁମୁହିଁ ହେବେ ଭାରତ-ପାକିସ୍ଥାନ

ମୁହାଁମୁହିଁ ହେବେ ଭାରତ-ପାକିସ୍ଥାନ

ଆଜି କ୍ରିକେଟ୍ ମୈଦାନକୁ ଓହ୍ଲାଇବେ ଭାରତ-ପାକିସ୍ତାନ । ଭାରତୀୟ ସମୟ ଦିନ ୩ଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ ଏବଂ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଏହି ମ୍ୟାଚ୍ ଖେଳାଯିବ। ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଟିମ୍ ମ୍ୟାନେଜମେଣ୍ଟ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି । ତେବେ ଏଥର ଦଳରେ ଗୋଟିଏ ପରିବର୍ତ୍ତନ ହେଇଛି । ଗ୍ରୁପ ଷ୍ଟେଜରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିଥିବା ମହମ୍ମଦ ନବାଜଙ୍କ ସ୍ଥାନରେ ଦଳ ଏଥର ଫହୀମ ଅଶରଫଙ୍କୁ ସୁଯୋଗ ଦେଇଛି । ତେବେ ନବାଜ ଜଣେ ସ୍ପିନ୍ ଅଲରାଉଣ୍ଡର ହେଇଥିବାବେଳେ, ଫହିମ ହେଉଛନ୍ତି ଜଣେ ଫାଷ୍ଟ ଅଲରାଉଣ୍ଡର । ତେଣୁ ଭାରତକୁ ଚକମା ଦେବାକୁ ବାବର ଏହି ରଣନୀତି ଆପଣାଇଛନ୍ତି । ଅର୍ଥାତ ଆଜିର ମ୍ୟାଚରେ ପାକିସ୍ତାନର ୪ ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇବ । ଗତ ମ୍ୟାଚରେ ପାକିସ୍ତାନର ଦ୍ରୁତ ବୋଲରମାନେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଶାହିନ ଶାହା ଆଫ୍ରିଦି ୪ ୱିକେଟ୍ ନେଇଥିବାବେଳେ, ନସୀମ ଶାହା ଏବଂ ହାରିସ ରୌଫ ୩ଟି ଲେଖାଏଁ ସଫଳତା ପାଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *