ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଚୁପ ରାଜଧାନୀ ରାଣୀ !

ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଚୁପ ରାଜଧାନୀ ରାଣୀ !

ହଁ ଦର୍ଶକବନ୍ଧୁ ରାଜଧାନୀ ଛାତି ଉପରେ ମହିଳାଙ୍କୁ ଦୁର୍ବବ୍ୟବହାର ଘଟଣାରେ ଉଠୁଛି ପଡୁଛି ଭୁବନେଶ୍ୱର ।   ଧୀରେ ଧୀରେ ରାଜ୍ୟରେ ଆଇନ ବିଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଖୋଦ ଭୁବନେଶ୍ୱରେ ଏପରି ଘଟଣା ଘଟିବା ଏବଂ ଭୁବନେଶ୍ୱର ସାଂସଦ ଏହାକୁ ନେଇ ମୁହଁ ନ ଖୋଲିବା ଏବେ ରାଜ୍ୟ ରାଜନୀତିକୁ ଅୁରାଜିତା ଷଡଙ୍ଗୀଙ୍କୁ ଚର୍ଚ୍ଚାକୁ ଟାଣିଛି । ଡୋର ଟୁ ଡୋର ବୁଲି ମହିଳା ମାନଙ୍କ ଦୁଃଖ ବୁଝୁଥିବା ମ୍ୟାଡାମ ଅପରାଜିତା ଏଭଳି ବର୍ବର କାଣ୍ଡ ବିଷୟରେ ଜାଣି ସୁଦ୍ଧା ପୀଡିତାଙ୍କୁ ନ ଭେଟିବା ଏବଂ ଏହି ଘଟଣାକୁ ନେଇ କୌଣସି ମନ୍ତବ୍ୟ ନ ଦେବା ଆଶ୍ଚର୍ଯ୍ୟଜନକ । କାହିଁକିନା ଏକଦା ଯେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ପଛଉ ନଥିଲେ ସେ କିପରି ରାଜଧାନୀରେ ଏଭଳି ଦୃଶ୍ୟ ଦେଖି ଚୁପ ବସିଛନ୍ତି । ତେବେ ଦ୍ୱିତୀୟ ଥର ଭୁବନେଶ୍ୱରର ସାଂସଦ ହେବା ପରେ ଅପରାଜିତାଙ୍କ ଚାଲିଚଳନ ଓ ହାବଭାବକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ଦଳର କୌଣସି କାର୍ଯ୍ୟକ୍ରମରେ ନଜର ଆସୁନଥିଲେ କି ନିଜେ ନିଜେ ନିଜ ସଙ୍ଗଠନକୁ ମଜଭୁତ କରିବାରେ ଲାଗିଥିଲେ । କିନ୍ତୁ ହଠାତ ସୁଭଦ୍ରା ପଦଯାତ୍ରାରେ ନଜର ଆସିଥିଲେ ସାଂସଦ ମ୍ୟାଡାମ ଏହାପରେ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।  ତେବେ ଜଣେ ସାଂସଦ ଭାବରେ ରାଜଧାନୀର ଆଇନଶୃଙ୍ଖଳା ଉପରେ ଦୃଷ୍ଟି ଦେବା ତାଙ୍କର ମଧ୍ୟ କର୍ତ୍ତବ୍ୟ ପରନ୍ତୁ ଏପରି ବର୍ବର କାଣ୍ଡ ଘଟିବା ପରେ ମଧ୍ୟ  ଅଭିମାନୀ ଅପରାଜିତା ଏବେ ପୁଣି ଗଣମାଧ୍ୟମର ପ୍ରଶ୍ନ ଘେରରେ ଛନ୍ଦି ହେବାକୁ ଲାଗିଲେଣି ।  ତେବେ ଦେଖିବାକୁ ଅପେକ୍ଷା ଏହି ଘଟଣାରେ କେବେ ମୁହଁ ଖୋଲୁଛନ୍ତି ସାଂସଦ ମ୍ୟାଡାମ ।

author

Related Articles

Leave a Reply

Your email address will not be published. Required fields are marked *