ମେୟରଙ୍କ ଗାଡି ଧକ୍କାରେ ଯୁବକ ଆହତ । କଟକ ମେୟର ସୁବାସ ସିଂଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି । କଟକ ଖାନନଗର ଛକରେ ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ପରେ ନିଜେ ମେୟର ଆହତଙ୍କୁ ଏକ ଅଟୋରେ ମେଡିକାଲ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ସୁସ୍ଥ ଥିବା ମେୟର କହିଛନ୍ତି। ସୂଚନା ଅନୁଯାୟୀ ଖାନନଗର ଆଡୁ ଆସୁଥିବା ସ୍କୁଟି ଚାଳକଙ୍କୁ ମେୟରଙ୍କ କାର୍ ଧକ୍କା ଦେଇଥିଲା। ଏଥିରେ ଯୁବକ ଜଣକ ତଳେ ପଡ଼ିଯିବା ସହ ତାଙ୍କର ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣାରେ ଯୁବକଙ୍କ ସ୍କୁଟି ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।
