ଏଣିକି ରାସ୍ତାକଡରେ ମନଇଚ୍ଛା ଦୋକାନ କରିପାରିବେନି ଉଠାଦୋକାନୀ । ରାସ୍ତା କଡରେ ବାରମ୍ୱାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ଉଠା ଦୋକାନୀ । ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟର ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କୁ ବିଭିନ୍ନ କଥା ପଚାରି ବୁଝିଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ । ସେଥିପାଇଁ ବିଭିନ୍ନ ଦୋକାନ ବଜାର ଭୁବନେଶ୍ୱରକୁ ସଫା କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ । ଯେଉଁଥିରେ ରେଜିଷ୍ଟର କରିଥିବା ଦୋକାନୀ ହିଁ ପାଇବେ। ଏହା ସହ ଦୋକାନ ପାଖ ସଫା ରଖିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମେୟର।

You can share this post!
author