ଦେଶରେ ଅନୁଭୂତ ହେଉଛି ଅସହ୍ୟ ଗୁଳୁଗୁଳି ସହ ପ୍ରଚଣ୍ଡ ଖରା । କେଉଁଠି ୪୫ ଡିଗ୍ରୀ ତାପମାତ୍ରା ରହୁଛି ତ ଆଉ କେଉଁଠି ଏହା ଠାରୁ ଅଧିକା ଆଉ ଏ ସବୁ ଭିତରେ ଏବେ ଭାରତୀୟ ପାଣିପାଗ ବିଭାଗ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ମେ’ମାସ ୩୧ ତାରିଖ ସୁଦ୍ଧ ମୌସୁମୀବାୟୁ କେରଳ ଛୁଇଁବ । ଅନ୍ୟପଟେ ପାଣିପାଗ ବିଭାଗ କହିଛି କି ଚଳିତ ବର୍ଷ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ସେପଟେ କେରଳରେ ମୌସୁମୀ ବାୟୁ ମେ’୩୧ ଅର୍ଥାତ ଗୋଟିଏ ଦିନ ଆଗରୁ ପହଂଚୁଥିବା ବେଳେ ଓଡିଶାରେ ଜୁନ ୧୧ ରୁ ୧୬ ତାରିଖ ମଧ୍ୟରେ ମୌସୁମୀ ବାୟୁ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି ।

You can share this post!
author