ମୋଟାପଣ ପାଇଁ ଉପାସ ରହୁଛନ୍ତି କି ?

ମୋଟାପଣ ପାଇଁ ଉପାସ ରହୁଛନ୍ତି କି ?

ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଲୋକମାନେ ନାନା ପ୍ରକାର ପନ୍ଥା ଅବଲମ୍ୱନ କରିଥାନ୍ତି । ସାଧାରଣ ଲୋକଙ୍କ କ୍ଷେତ୍ରରେ ମୋଟାପଣ ଏକ ସମସ୍ୟା ହୋଇ ସୃଷ୍ଟି ହୋଇଥାଏ । ମୋଟାପଣ କମାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଡାଏଟ କରିଥାନ୍ତି । କିନ୍ତୁ ଏମିତି କିଛି କିଛି ଲୋକେ ଅଚନ୍ତି ଯେ ମୋଟାପଣକୁ ଦୂର କରିବା ପାଇଁ ଉପବାସ ରହିଥାନ୍ତି । ପ୍ରାୟତଃ ସକାଳ ସମୟରେ ଅବା ରାତ୍ରି ସମୟରେ ଖାଦ୍ୟକୁ ଅଣଦେଖା କରିଥାନ୍ତି । ତେବେ ଏହା କେତେ ଉପକାରୀ ଆମ ପାଇଁ ? କେତେ ଠିକ୍ ? କୌଣସି ଖାଦ୍ୟ ବିଶେଷଜ୍ଞ କିମ୍ୱା ଡାକ୍ତରଙ୍କ ପରାମର୍ଶ ବିନା ସେସବୁ ଅନୁସରଣ କରିବା ଉଚିତ୍ କି? ଆସନ୍ତୁ ଆଜି ସେହି ବିଷୟରେ କଥା ହେବା।

ଆମେ ଉପାସ ରହିବା ସମୟରେ ଆମେ ଶରୀରର କ୍ୟାଲୋରୀ ସୀମିତ ରୁହେ ଏବଂ ଏହି ସମୟରେ ଇନସୁଲିନ୍ ସ୍ତର ଖସିଯିବାରୁ ଶରୀର ସମସ୍ତ ଶକ୍ତିକୁ ଚର୍ବି ଅପଚୟ କରିବାରେ ଉପଯୋଗ କରେ। ଆମ ଭାରତୀୟ ଖାଦ୍ୟାଭ୍ୟାସ ଯେଉଁଠି ଭାତ ବା ଶ୍ୱେତସାର ଜାତୀୟ ଖାଦ୍ୟ ଆମର ମୁଖ୍ୟ ଖାଦ୍ୟ ହୋଇଥାଏ, ଏହି ଖାଦ୍ୟାଭ୍ୟାସ ଆମ ପାଇଁ ଉପାଦେୟୀ ହୋଇଥାଏ ଏବଂ ଏହା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ।

ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ସେଡେଣ୍ଟାରୀ କାର୍ଯ୍ୟଶୀଳତା ବଢ଼ୁଛି ଅର୍ଥାତ୍ ଦିନ ମଧ୍ୟରେ ଶାରୀରିକ କ୍ରିୟାର ପରିମାଣ ଖୁବ୍ କମ୍ ହୋଇଯାଉଛି। ଆଗକାଳରେ ଲୋକମାନେ ବହୁତ ଶକ୍ତ ପରିଶ୍ରମ କରୁଥିଲେ ଏବଂ ସେହି ଅନୁସାରେ ଅତ୍ୟଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ୁଥିଲା। କିନ୍ତୁ ଆଜିକାଲି ସହର ସଭ୍ୟତାରେ ପ୍ରାୟ ସମସ୍ତେ ଅଫିସ୍‌ରେ ବସି ବସି କାମ କରିବା ନିୟମିତ ହୋଇଗଲାଣି। ଏହା ଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ ସହଜରେ ମେଦବହୁଳତା ଓ ଅନ୍ୟ ସମସ୍ୟା ବୃଦ୍ଧି ପାଉଛି ।

author

Related Articles

Leave a Reply

Your email address will not be published. Required fields are marked *