- ବଢୁଛି ଗୋଷ୍ଠୀ କନ୍ଦଳ ଛିଣ୍ଡୁନି ଅଙ୍କ
- କାହାକୁ ଦେବେ ସଭାପତି ଚଉକି ହରଡଘଣାରେ ମୋହନ
- ରେସରେ ଅନେକ ନେତା କହିଲେନି ମନମୋହନ
ଛିଣ୍ଡୁନି ଅଙ୍କ, ବଢୁଛି ଟେନସନ । କାହାକୁ ମିଳିବ ଚଉକି ? କିଏ ହେବ ବିଜେପିର ରାଜ୍ୟ ମୁଖିଆ ? ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଗଣମାଧ୍ୟମ ଚର୍ଚ୍ଚାର ଶିରୋନାମା ପାଲଟିଛି କିଏ ହେବ ବିଜେପିର ରାଜ୍ୟ ସଭାପତି ? ଜିଲ୍ଲା ସଭାପତି ଓ ମଣ୍ଡଳ ସଭାପତି ଚୟନ ପରେ ରାଜ୍ୟ ସଭାପତି ପାଇଁ ଭୋଟ ପଡିବ । କିନ୍ତୁ ଏବେ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଅଙ୍କ ଛିଣ୍ଡୁନାହିଁ । ସେପଟେ ନୂଆ ବର୍ଷରେ ବିଜେପିର ନୂଆ ସଭାପତି ନିଯୁକ୍ତ ହେବେ ବୋଲି ପୂର୍ବରୁ ସୂଚନା ରହିଥିଲା । ଏହାପରେ ଜାନୁୟାରୀ ମାସ ଶେଷ ସୁଦ୍ଧା ବିଜେପି ସଭାପତି ଚୟନ ହେବେ ବୋଲି ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କ କହିବା ଅନୁଯାୟୀ ତିନିବର୍ଷରେ ଥରେ ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ । ଚଳିତ ଥର ମଧ୍ୟ ସେହି ପ୍ରକ୍ରିୟା ଚାଲୁ ରହିଛି । ଏଥିରେ ନୂଆ ନୂଆ ଯୋଗ୍ୟ ଲୋକଙ୍କୁ ଦାୟିତ୍ୱ ଦିଆଯିବର ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି । ବିଜେପି ନିଜର ନିର୍ବାଚନ ପ୍ରକ୍ରିୟାକୁ ନିଷ୍ଠାର ସହ ପାଳନ କରେ । ତେବେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସଭାପତି କିଏ ହେବ ପ୍ରଶ୍ନରେ ଉତ୍ତରରେ ମନମୋହନ କହିଛନ୍ତି ଆମ ଦଳରେ କେହି ରେସରେ ନଥାନ୍ତି ।
ଅନ୍ୟପଟେ ମନମୋହନ ସାମଲଙ୍କ ନେତ୍ୱତ୍ୱରେ ଚଳିତ ଥର ବିଜେପି ଏତେ ବଡ ସଫଳତା ହାସଲ କରିଛି ଏହାର ଫଳ ସ୍ୱରୂପ ତାଙ୍କୁ ପୁଣିଥରେ ରାଜ୍ୟସଭା ଚଉକି ମିଳିପାରେ ବୋଲି କୁହାଯାଉଛି । କିନ୍ତୁ ଦଳରେ ତିନି ଚାରୋଟି ଗୋଷ୍ଠୀ ନିଜ ନିଜ ନେତାଙ୍କ ପାଇଁ ଲବି କରି ଆସୁଛନ୍ତି । ଏବଂ ବହୁ ପୁରୁଖା ନେତା ମଧ୍ୟ ବିଜେପିର ରାଜ୍ୟ ସଭା ଚଉକି ପାଇଁ ଆଶାୟୀ ଅଛନ୍ତି । ସେପଟେ ସରକାରକୁ ଆସିବା ପରେ ବିଜେପିର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଆଉ ଏପଟେ ରାଜ୍ୟ ସଭାପତି ପାଇଁ ଅଙ୍କ ଛିଣ୍ଡୁନଥିବା ବେଳେ ଏହି ଗୋଷ୍ଠୀ କନ୍ଦଳ ଆଗାମୀ ଦିନରେ ବିଜେପିରେ କେଉଁ ଝଡ ସୃଷ୍ଟି କରୁଛି ତାହା ଦେଖିବାକୁ ଅପେକ୍ଷା ।