ମୋଦିଙ୍କ ଗୁଡବୁକରେ ମୋହନ…ନିଜ ଜାଲରେ ନିଜେ ଫସିଲେ ଧର୍ମେନ୍ଦ୍ର !

ମୋଦିଙ୍କ ଗୁଡବୁକରେ ମୋହନ…ନିଜ ଜାଲରେ ନିଜେ ଫସିଲେ ଧର୍ମେନ୍ଦ୍ର !

ବିଜେପିରେ ଚାଲିଛି କି ପ୍ରତିଯୋଗିତା ? କୋଣଠେସା ହେଉଛନ୍ତି ଧର୍ମେନ୍ଦ୍ର ଶକ୍ତିଶାଳୀ ହେବାରେ ଲାଗିଛନ୍ତି କି ମୋହନ ? ଓଡିଶା ବିଜେପି ପାଇଁ ନୂଆ ଗେମ ପ୍ଲାନ କରୁଛନ୍ତି କି ବିଜେପି ହାଇକମାଣ୍ଡ ? କାହିଁକି ଦଳରେ ରହୁନି କେନ୍ଦ୍ରମନ୍ତ୍ରୀଙ୍କ ପତିଆରା ?

ହଁ ଦର୍ଶକବନ୍ଧୁ ପ୍ରବାସୀ ଭାରତୀୟ ସମ୍ମିଳନୀ ପରେ ପରେ ରାଜ୍ୟ ବିଜେପିକୁ ନେଇ ଏପରି କିଛି ଚର୍ଚ୍ଚା ମୁଣ୍ଡ ଟେକିଛି । ଏକଦା ବିଜେପିର ସର୍ବେସର୍ବା ହୋଇ ରହୁଥିବା ଧର୍ମେନ୍ଦ୍ରଙ୍କୁ ଆଉ କୁଆଡେ ସେତେଟା ଗୁରୁତ୍ୱ ମିଳୁନାହିଁ । ଏକଥା ଆମେ କହୁନୁ ବରଂ ଦିଲ୍ଲୀରୁ ଓଡିଶା ପର୍ଯ୍ୟନ୍ତ ଏହି ଚର୍ଚ୍ଚା ଲାଗିରହିଛି । ଏବଂ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଜଣେ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ହୋଇ ବି ଧର୍ମେନ୍ଦ୍ରଙ୍କ ପୋଷ୍ଟର ନ ରହିବା କଥାକୁ ନେଇ ରାଜନୀତି ତେଜିଥିଲା । ବାରମ୍ୱାର ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି ଏବଂ ମୋଦିଙ୍କ ମୁହଁରେ ରହୁଛି ଗୋଟିଏ ନାଁ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହ ମାଝୀ । ମୋହନଙ୍କୁ ଭୁରି ଭୁରି ପ୍ରଂଶସା କରୁଛନ୍ତି ହେଲେ ଧର୍ମେନ୍ଦ୍ରଙ୍କୁ ନୁହେଁ । ଯାହା ଦେଖିବା ପରେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ରଙ୍କ ଦବଦବା ଆଉ ପୂର୍ବ ପରି ନଥିବା କୁହଗଲାଣି ।

ଅନ୍ୟପଟେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଧର୍ମେନ୍ଦ୍ରଙ୍କୁ ହିଁ ଅଧିକ ଅଡୁଆ ହୋଇଥିବା କୁହଗଲାଣି । କାହିଁକିନା ସରକାର ଆସିଲା ପରେ ବିଜେପିରେ ଭିତରେ ଭିତରେ ବିଭାଜନ ସୃଷ୍ଟି ହୋଇ ତିନି ଚାରୋଟି ଗୋଷ୍ଠୀ ହୋଇଗଲାଣି । ଯାହା ମଧ୍ୟରେ ରହିଛି ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ । ଲଗାତାର ଭାବେ ତିନି ଥର କେନ୍ଦ୍ରମନ୍ତ୍ରୀ ହୋଇ ଆସୁଛନ୍ତି ଧର୍ମେନ୍ଦ୍ର କିନ୍ତୁ ଚଳିତ ଥର ପ୍ରତ୍ୟକ୍ଷ ରାଜନୀତିରେ ଧର୍ମେନ୍ଦ୍ର ଅଂଶଗ୍ରହଣ କରିଥିଲେ ଓ ବିଜେଡିର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ୱଲପୁର ମାଟିରେ ହରାଇଥିଲେ । ଯାହାଦ୍ୱାରା ରାଜ୍ୟ ବିଜେପିରେ ତାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ପରନ୍ତୁ ଏଠାରେ ଚିତ୍ର କିଛି ଅଲଗା ରହିଛି ।

ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ବଦନାମ କରିବା ପାଇଁ ବିଜେପିର କିଛି ଗୋଷ୍ଠୀ ଚେଷ୍ଟା କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ବର୍ତ୍ତମାନ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା କେତେ ମାତ୍ରାରେ ସତ ତାହା ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *