କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏଭଳି କିଛି ଚର୍ଚ୍ଚା ଚାଲିଛି । ଦିଲ୍ଲୀ ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନ ନୀରବ ରହିଥିବାରୁ ତାଙ୍କ ନୀରବତା ପଛରେ ଦଳୀୟ ନେତା… ଖାସ କରି ଓଡିଶା ନେତାଙ୍କ ବାଃ ବାଃ ରହିଥିବା କୁହାଯାଉଛି । ଦିଲ୍ଲୀ ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ଦଳରେ ଟିକେ କମିଯାଇଥିବା ଆଲୋଚନା ଚାଲିଛି । ହରିୟାଣା ନିର୍ବାଚନ ପରେ ଏବଂ ହରିୟାଣାରେ ବିଜେପି ସରକାର ଗଢିବା ପଛରେ ଧର୍ମେନ୍ଦ୍ରଙ୍କ ଅବଦାନ ଅଧିକ ରହିଥିବାରୁ ବିଜୟ ପାଇଁ ଚର୍ଚ୍ଚା ସାଉଁଟୁଥିଲେ ଧର୍ମେନ୍ଦ୍ର । କିନ୍ତୁ ଏବେ ଦିଲ୍ଲୀ ନିର୍ବାଚନ ପରେ ସେ ଚର୍ଚ୍ଚା ବୈଜୟନ୍ତ ଜୟ ପଣ୍ଡା ସାଉଁଟୁଛନ୍ତି । ଦୀର୍ଘ ୨୭ ବର୍ଷର ବନବାସ ପରେ ବିଜେପି ଦିଲ୍ଲୀରେ ସରକାର ଗଢିଥିବାରୁ ଏହାର ଅଧିକାଂଶ ଶ୍ରେୟ ବୈଜୟନ୍ତ ପଣ୍ଡାକୁ ଯାଉଛିା କାରଣ ଦିଲ୍ଲୀର ନିର୍ବାଚନ ପ୍ରଭାରୀ ଭାବେ ବୈଜୟନ୍ତଙ୍କୁ ଦଳର ହାଇକମାଣ୍ଡ ନିଯୁକ୍ତି ଦେଇଥିବା ବେଳେ ବୈଜୟନ୍ତଙ୍କ ଷ୍ଟ୍ରାଟେଜୀ ହିଁ ବିଜେପିକୁ ଏହି ବିଜୟ ଦେଇଛି । ଯେଉଁଥିପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସା କରାଯିବା ସହ ଭବ୍ୟ ସ୍ୱାଗତ କରାଯାଉଛି । ଆଉ ଏସବୁ ଧର୍ମେନ୍ଦ୍ର ପ୍ରଧାନ ସହ୍ୟ କରିପାରୁନଥିବା ଚର୍ଚ୍ଚା ଚାଲିଛି ।
କାରଣ ରାଜ୍ୟ ରାଜନୀତି ସହ ଜାତୀୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ଦବଦବା ରହିଛି । ମୋଦି ସରକାରରେ ଧମେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରନ୍ତିା ଆଉ ହରିୟାଣା ନିର୍ବାଚନ ପରେ ଧମେନ୍ଦ୍ରଙ୍କ ଦବଦବା ଦଳରେ ଆହୁରି ବଢିଯାଇଥିଲା । କିନ୍ତୁ ଏବେ ଦିଲ୍ଲୀ ନିର୍ବାଚନ ପରେ ବୈଜୟନ୍ତ ପଣ୍ଡା ସେହି ସ୍ଥାନ ଅକ୍ତିଆର କରିଥିବା ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ତେବେ ପୂର୍ବରୁ ଓଡଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ପ୍ରିୟ ରହିଥିଲେ । କିନ୍ତୁ ଏହାର କିଛି ବି ଫାଇଦା ଧର୍ମେନ୍ଦ୍ରଙ୍କୁ ମିଳିଲାନି । ସିଏମ ରେସରେ ଥାଇ ବି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ କଲେନି ମୋଦି । ମୋହନ ମାଝୀଙ୍କୁ ରାଜ୍ୟ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଚେହେରା କରାଇଲେ । ଆଉ ଏଥିପାଇଁ ଆଜିବି ଧର୍ମେନ୍ଦ୍ର ପ୍ରଧାନ ଗୁମୁରି ଗୁମୁରି କାନ୍ଦୁଥିବା ଅନେକ ମତପ୍ରକାଶ କରୁଛନ୍ତି । ଏପରିକି ଏହାକୁ ନେଇ ଧର୍ମେନ୍ଦ୍ର ଏବଂ ମୋହନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଆଉ ଏବେ ମୋହନଙ୍କ ପରେ ବୈଜୟନ୍ତ ଧର୍ମେନ୍ଦ୍ରଙ୍କ ଟେନସନ ବଢାଇଲେଣି ।
ତେବେ ଦେଖାଯାଉ ଧର୍ମେନ୍ଦ୍ର ଏବଂ ବୈଜୟନ୍ତଙ୍କ ଭିତରେ ଚାଲିଥିବା ଏ ଶୀତଳ ଯୁଦ୍ଧକୁ ମୋଦି କିପରି ପ୍ରଶମିତ କରୁଛନ୍ତି ନା ଏହାକୁ ନେଇ ଦଳୀୟ କନ୍ଦଳ ବଢୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।