କମ୍ପିଲା ଜନପଥ ତ୍ରିରଙ୍ଗା ଧରି ବାହାରିଲେ ନବୀନ
ଭାରତୀୟ ସେନାଙ୍କୁ ବିଜେଡିର ସମର୍ଥନ
ମୋଦିଙ୍କ ସମର୍ଥନରେ ବାହାରିଲେ ନବୀନ
ହଁ ଦର୍ଶକବନ୍ଧୁ ବନ୍ଦେ ମାତରମ,ଭାରତ ମାତା କି ଜୟ ଧ୍ୱନିରେ କମ୍ପିଲା ରାଜଧାନୀ ଭୁବନେଶ୍ୱର । ଭାରତୀୟ ସେନାର ମନୋବଳ ବଢାଇବା ପାଇଁ ବିଜୁ ଜନତା ଦଳ ତରଫରୁ ରାଜଧାନୀରେ ରାଜମହଲ ଛକଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ତ୍ରିରଙ୍ଗା ଯାତ୍ରାରେ ବିଜେଡିର ବହୁ ବରିଷ୍ଠ ଓ ଯୁବ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ । ପାକିସ୍ତାନର ଆତଙ୍କବାଦୀ ସପକ୍ଷରେ ଭାରତୀୟ ସେନା ଚଳାଇଥିବା ଅପରେସନକୁ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି । ଦଳ ପକ୍ଷରୁ ଯବାନଙ୍କ ପଦକ୍ଷେପକୁ ସମର୍ଥନ କରାଯାଇ ଏହି କାର୍ଯ୍ୟକ୍ରମ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ପ୍ରତାପ ଜେନା ଏବଂ ଦଳର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା,ସୁଲତା ଦେଓ ଓ ଅଶୋକ ପଣ୍ଡାଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ । ତେବେ ଏପ୍ରିଲ 22 ତାରିଖରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । କେନ୍ଦ୍ର ସରକାର ଓ ଭାରତର ତିନି ସେନାଙ୍କ ମିଳି ଉଦ୍ୟମରେ ଅପରେସନ ସିନ୍ଦୂର ସଫଳ ହୋଇପାରିଛି । ଯାହାକୁ ଭାରତର ପ୍ରତିଟି ଲୋକେ ସ୍ୱାଗତ କରିବା ସହିତ ରାଜନୈତିକ ଦଳମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ତେବେ ଏନେଇ ରାଜଧାନୀର ରାଜରାସ୍ତାରେ ବିଜେଡି ତ୍ରିରଙ୍ଗା ଶୋଭାଯାତ୍ରା କରିଛି । ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ରାଜନେତାମାନେ ପଦାକୁ ଓହ୍ଲାଇଛନ୍ତି । ବାରମ୍ୱାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ସରକାରଙ୍କ ସମର୍ଥନରେ ବାହାରିଛନ୍ତି ।