ମୋଦିଙ୍କ ପଛରୁ ଚେୟାର ଟାଣି ନେଲେ ଟ୍ରମ୍ପ

ମୋଦିଙ୍କ ପଛରୁ ଚେୟାର ଟାଣି ନେଲେ ଟ୍ରମ୍ପ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଏ କି ସମ୍ମାନ ? ମୋଦିଙ୍କ ପଛରୁ ଚେୟାର ଟାଣି ନେଲେ ଟ୍ରମ୍ପ . ପରେ ମୋଦିଙ୍କ ପଛରେ ଛିଡ଼ି ହେଲେ . ଏ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ . ମୋଦିଙ୍କୁ ଏମିତି ସମ୍ମାନ ଦେଖି ଜଳିଲେଣି ବିରୋଧି ଦେଶ . ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ପ୍ରଧାମନ୍ତ୍ରୀ ଚେୟାରେ ବସୁ ବସୁ ପଛପଟରୁ ଚେୟାରକୁ ଟାଣିନେଲେ ଟ୍ରମ୍ପ . ତେବେ ଚେୟାର କାହାଁକି ଏମିତି ଟାଣିନେଲେ ଟ୍ରମ୍ପ ତାହାକୁ ନେଇ ସମସ୍ତଙ୍କ ମନେ ଉକ୍ତି ମାରୁଛି ପ୍ରଶ୍ନ .

ତେବେ ସମସ୍ତେ ଜାଣନ୍ତି ମୋଦି ଆଉ ଟ୍ରମ୍ପ ଭଳ ବନ୍ଧୁ ବୋଲି . ତେବେ ଦୁଇ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି . ଏହି ଗସ୍ତରେ ମୋଦି ବହୁ କାମ କରିଛନ୍ତି . ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ବ୍ୟତୀତ ପ୍ରଧାନମନ୍ତ୍ରୀ ଅନ୍ୟ ପାଂଚଟି ବୈଠକରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ . ଏହି ଯାତ୍ରା ସେ ଭାରତକୁ ବହୁତ କିଛି ଆଣିଛନ୍ତି . ବାଣିଜ୍ୟ ଠାରୁ ଆରମ୍ଭ କରି ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟନ୍ତ ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା . ଏସବୁ ମଧ୍ୟରେ ହ୍ୱାଇଟ ହାସଉସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ସମ୍ମାନ ଏବେ ଆଲୋଚନାର ବିଷୟ ପାଲଟିଛି .

ପ୍ରକୃତରେ ଗୁରୁବାର ସନ୍ଧ୍ୟାରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ହ୍ୱାଇଟ ହାଉସରେ ପହଂଚିଥିଲେ ,ତାଙ୍କୁ ସ୍ୱାଗତ କରିବାକୁ ଟ୍ରମ୍ପଙ୍କ ସହ ଅନେକ ଅଧିକାରୀ ଉପସ୍ଥିତ ଥିଲେ .ଏହାପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦସ୍ତଖତ କରିବାକୁ ଚେୟାର ଆଡକୁ ଅଗ୍ରସର ହେଲେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପାଇଁ ଚେୟାର ପଛକୁ ଟାଣି ଆଣିଥିଲେ .ଏହି ମୁହୁର୍ତର ଭିଡିଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି . ଏହାକୁ ଦେଖିବା ପରେ କିଛି ଲୋକ ଏହାକୁ ନୂତନ ଭାରତର ଶକ୍ତି ବୋଲି କହୁଥିବା ବେଳେ କିଛି ମୋଦି ଟ୍ରମ୍ପଙ୍କ ଭିତରେଥିବା ଦୃଢ଼ ବନ୍ଧତ୍ୱ ବୋଲି କହୁଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *